Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ମାର୍ଚ୍ଚ ୩ରୁ +୨ ପରୀକ୍ଷା; ସମୁଦାୟ ୩ ଲକ୍ଷ ୪୯ ହଜାର ୧୫୪ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ ରୁ ୨୬ ଯାଏଁ ଚାଲିବ । +୨ କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଏବଂ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ୨୮ ତାରିଖରେ…

ରାଜ୍ୟର ୬୧୦ଟି କଲେଜର ୮ହଜାର ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ମିଳିବ ଦକ୍ଷତା ବିକାଶ ପ୍ରଶିକ୍ଷଣ

ଭୁବନେଶ୍ୱର: ଜାନୁଆରୀରେ ରାଜ୍ୟରେ ଥିବା ସବୁ ଡିଗ୍ରୀ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ୁ ମିଳିବ ଦକ୍ଷତା ବିକାଶ ପ୍ରଶିକ୍ଷଣ । ଶିକ୍ଷାଦାନ କ୍ଷେତ୍ରରେ ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ର୍ରକ୍ରିୟା ଆରମ୍ଭ ହୋଇଛି ।…

ନକଲି ଶିକ୍ଷାନୁଷ୍ଠାନ ଉପରେ ଲାଗିବ ଅଙ୍କୁଶ; ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଏବେ ଛତୁ ଫୁଟିଲା ପରି ଗଢି ଉଠୁଛି ଶହ ଶହ ସଂଖ୍ୟାରେ ଶିକ୍ଷାନୁଷ୍ଠାନ । ସେଥିମଧ୍ୟରେ କେଉଁଟା ଅସଲି କେଉଁଟା ନକଲି ଅନୁଷ୍ଠାନ ତାହା ଶିକ୍ଷାର୍ଥୀ ଜାଣିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରେ କେତେ ନକଲି ଶିକ୍ଷାନୁଷ୍ଠାନ ରହିଛି ସେ…

ଘୋଷିତ ହେଲା ୟୁପିଏସସି ସିଏମଏସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ୨୦୧୯ କମ୍ବାଇନଡ ମେଡ଼ିକାଲ ସର୍ଭିସ ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲି ପଡ଼ିଥିବା ସମୁଦାୟ ୯୧୯ଟି ପଦବୀ ମଧ୍ୟରୁ ୭୯୮ ଜଣ ପ୍ରାର୍ଥୀଙ୍କୁ ଏହି ସବୁ ପଦରେ ନିଯୁକ୍ତି…

୨୦୨୦ ମ୍ୟାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ଲାଗି କୌଣସି ସ୍କୁଲରେ ନାହିଁ ଡ଼ିଜିଟାଲ୍ ଲକର୍ !

କଟକ/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲାଗି ବିଭିନ୍ନ ସୁରକ୍ଷାଜନିତ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟ ସରକାର ଏବେ ଶିକ୍ଷାର ମାନବୃଦ୍ଧି ଲାଗି ମଧ୍ୟ ଶତ ଚେଷ୍ଟିତ । ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଗଣଶିକ୍ଷା…

ପ୍ରାଇଭେଟ୍ କୋଚିଂ ସେଣ୍ଟରକୁ ସରକାରଙ୍କ ନାଲି ଆଖି; ସ୍କୁଲ ପାଠପଢା ବ୍ୟାଘାତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସମୟରେ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ବନ୍ଦ ରହିବ । ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବା ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ଖୁଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ…

ମ୍ୟାଟ୍ରିକ ସାର୍ଟିଫିକେଟରେ ରହିବ ଆଧାର ନମ୍ବର !

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ ରାଜ୍ୟ ସରକାର ଅନେକ ନୀତି ଅବଲମ୍ବନ କରିବା ସହିତ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଶିକ୍ଷାର ଗୁଣାତ୍ମକମାନର ଅଭିବୃଦ୍ଧି ନିମନ୍ତେ ୫-ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ଓଡ଼ିଶା ସରକାର । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟ…

ସମସ୍ତ ସ୍କୁଲ ଓ କଲେଜରେ ୨୦୨୦ ଶିକ୍ଷାବର୍ଷ ଲାଗି ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ନିମନ୍ତେ ୨୦୨୦ ଶିକ୍ଷାବର୍ଷ ଲାଗି ଛୁଟି ତାଲିକା ସରକାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ହୋଇଥିବା ଏହି ତାଲିକାରେ ଆସନ୍ତା ବର୍ଷ ସମୁଦାୟ ୮୨ଟି ଛୁଟି ରହିବ ବୋଲି ଜଣାପଡ଼ିଛି । ଏହି ସରକାରୀ…

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଲାଗି ସୂଚନା; ଆସନ୍ତା ବର୍ଷ ୭୦୧ଟି କଲେଜରେ ୭୨ଟି ଛୁଟି ବାଧ୍ୟତାମୂଳକ !

ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟରେ ଥିବା ୭୦୧ଟି ଡିଗ୍ରୀ କଲେଜ ଲାଗି ୭୨ଟି କମନ୍ ଛୁଟି ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଛୁଟି ବାଦ୍ ବର୍ଷକୁ ରବିବାର ଏବଂ ଅନ୍ୟକିଛି ଇଛାଧିନ କୋଟାର ଛୁଟି ରହିଛି । ତେଣୁ ଏହି ଛୁଟିକୁ…

ଆଦର୍ଶ ବିଦ୍ୟାଳୟ ଢ଼ାଞ୍ଚାରେ ହେବ ଶିକ୍ଷାସହାୟକ ନିଯୁକ୍ତି !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହାକୁ ରୋକିବା ଲାଗି ତପ୍ତରତା ଦେଖାଇଛି ଗଣଶିକ୍ଷା ବିଭାଗ। ନକଲି ଶିକ୍ଷକଙ୍କ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ହ୍ରାସ ଘଟାଉଛି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଥିଲେ ମଧ୍ୟ ଜାଲ…