Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ନୈବେଦ୍ୟ ସମାପ୍ତ ହେବା ପରେ 'ପଇତା ଲାଗି ନୀତି' ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ସାଧାରଣ…

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ହାୱଡ଼ା

ନୂଆଦିଲ୍ଲୀ:ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ । ତେବେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ - ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ଆରାମକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଭାରତୀୟ ରେଳବାଇ ଦୀର୍ଘ ଦୂରତା…

‘ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାନ୍ତା’

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଆସିଛି ବଡ଼ ବୟାନ । ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା ବୋଲି ସେ କହିଛନ୍ତି । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ…

ସଜ୍ଞାହୀନ ଅବସ୍ଥାରେ ୭ ବର୍ଷର ଶିଶୁ ଉଦ୍ଧାର; ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ…

ଆନ୍ଦୋଳନ ବେଳେ ଯୁବକଙ୍କ ମୃତ୍ୟୁ ଘଟଣା; ୧ କୋଟି କ୍ଷତିପୂରଣ ଦାବି କଲା କଂଗ୍ରେସ 

ରାଉରକେଲା: ରାଉରକେଲାରେ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରାଯାଉଥିବା ବେଳେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଓଡ଼ିଶା କଂଗ୍ରେସ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ଦେବା ପାଇଁ ଦାବି କରିଛି। ଏହି ଘଟଣା ପାଇଁ ରାଜ୍ୟର ବିଜେପି…

୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି ଦୁର୍ବୃତ୍ତମାନେ । ଖାଲି ସେତିକି ନୁହଁ, ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।…

ଜମି ଲିଜ୍ ସମସ୍ୟାର ସମାଧାନ ପାଇଁ ସଚିବ ସ୍ତରୀୟ କମିଟି ଗଠିତ 

ଭୁବନେଶ୍ୱର: ରାଜ୍ୟରେ ଜମି ଲିଜ୍ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ଏକ ସଚିବ ସ୍ତରୀୟ କମିଟିର ପୁନର୍ଗଠନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ କମିଟି…

ଭୂସ୍ଖଳନରେ ୩ ମୃତ, ୧୦୦ ଉଦ୍ଧାର ;ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ କୁଆପଥର ବର୍ଷା ସହ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । https://twitter.com/ANI/status/1913896107043696873 ରବିବାର…

ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ସିବିଆଇ ତଦନ୍ତ ଦାବି କଲେ ପୁଅ ବିଶାଳ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ପାଖାପାଖି ମାସେ ହୋଇଥିବାବେଳେ, ଏବେ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଯାହାକୁ ନେଇ ପୁଣି ଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ । ଏନେଇ ବିଶାଳ ଦାସ…

ନିଖୋଜ ନାବାଳକକୁ ଖୋଜିବାକୁ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପିପିଲି: ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହିଛି । ଏବେ ଯାଏଁ ପତ୍ତା ଲାଗାଇପାରୁନି ପୋଲିସ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ…