Latest Odisha News

BREAKING NEWS

୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ ।

ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ ଏହା ସାମୁଦ୍ରିକ ଝଡ଼ରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି ଆଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେ ଓ ମିଆଁମାର ଉପକୂଳ ମୁହାଁ ହେବ ବାତ୍ୟା । ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଲାଣ୍ଡଫଲ୍ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଣ୍ଡାମାନ ଉପକୂଳରେ ବର୍ଷା ଓ ପବନ ହେବ । ୧୯ରୁ ବଢ଼ିବ ପବନ ।

୨୧ ତାରିଖରେ ଆଣ୍ଡାମାନ ଉପକୂଳରେ ପବନର ବେଗ ୭୦-୮୦ କିଲୋମିଟର ବେଗରେ ବହିବ ପବନ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପରେ ୧୯ ତାରିଖରୁ ୨୧ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନଯିବା ପାଇଁ ସତର୍କ କରାଯାଇଛି । ସେହିପରି ୧୯ରୁ ୨୨ ତାରିଖ ଯାଏ ଆଣ୍ଡାମାନ ଯାଉଥିବା ପର୍ୟ୍ୟଟକଙ୍କ ପାଇଁ ବି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Comments are closed, but trackbacks and pingbacks are open.