Latest Odisha News

ଭାଷା ଭାଗବତ :  ଶବ୍ଦ ଯାଏ ବ୍ୟାପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୭

ଶବ୍ଦର ଶକ୍ତି ପରଖିବା
ମନର ଭାବନା ଲେଖିବା
ହୁଏତ ଅନ୍ୟ କେହି ପଢ଼ି
ପାରିବ ମନୋଭାବ ଗଢ଼ି

ଶବ୍ଦ ତ ଅଟେ ମଂଜି ପରି
କାହାର ମନରେ ଅଂକୁରି
ହୁଏ ଗୋଟିଏ ଶବ୍ଦତରୁ
ଆଶ୍ରୟ ମିଳେ ତାହାଠାରୁ

ଏହି ପ୍ରତ୍ୟୟ ମନେ ଧରି
ଜିଉଁଛିଁ ଲେଖାଲେଖି କରି
ବାଂଟି ଚାଲିଛିଁ ମନୋଭାବ
ପଡ଼ୁ କି ନ ପଡ଼ୁ ପ୍ରଭାବ

ଜାଣେ ମୁଁ, ଧ୍ବନି ହୋଇ ଲିପି
ବହୁ ଦୂରକୁ ଯାଏ ବ୍ୟାପି

 

Comments are closed, but trackbacks and pingbacks are open.