Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ପାତାଳ ଭୁବନେଶ୍ୱର ଗୁମ୍ଫା: ମହାଦେବଙ୍କ ଅଲୌକିକ ମହିମା ଜୀବନ୍ତ ପ୍ରତୀୟମାନ

ଭୁବନେଶ୍ୱର : ଆମ ଚାରିପଟେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଆମ ଆଖି ସାମାନରେ ବି କିଛି ନା କିଛି ରହସ୍ୟମୟ ଘଟଣା ଘଟିବାରେ ଲାଗିଛି । ହେଲେ ତାର ସତ୍ୟତା ଆମ କାହାକୁ ବି ଜଣା ନାହିଁ।ଏଇ ଯେମିତି ଏକ ରହସ୍ୟମୟ ଗୁମ୍ଫା । ମନୋରମ ପରିବେଶ ମଧ୍ୟରେ ଉତ୍ତରାଖଣ୍ଡ ପିଥେରାଗଡ଼ରେ ରହିଛି ଏହି ରହସ୍ୟମୟୀ ପାତାଳ ଭୁବନେଶ୍ୱର ଗୁମ୍ଫା । ଯାହାକୁ ଦେବଭୂମି ବୋଲି କୁହାଯାଉଛି । ଏହି ଗୁମ୍ଫାରେ ରହିଛି ଅନେକ ରହସ୍ୟ। ପୃଥିବୀ କେବେ ଧ୍ୱଂସ ହେବ। ଜୀବଜଗତ କେବେ ଲୋପ ପାଇବ ଏହି ଗୁମ୍ଫାରେ ସମସ୍ତ ତଥ୍ୟ ଲୁଚ ରହଥିବା ବିଶ୍ୱାସ । ହେଲେ ବୈଜ୍ଞାନିକ ବି ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରି ହାର୍ ମାନିଛନ୍ତି ।   ଗୁମ୍ଫାରେ ରହିଛନ୍ତି ବାବା ଭୋଳାନାଥ। କୁହାଯାଏ ଯେ ଏଠାରେ କୁଆଡେ ସମସ୍ତ ଦେବା ଦେବୀ ଆସି ପୂଜା କରିଥାନ୍ତି। ଗୁମ୍ଫାରେ ରହିଛି ତିନୋଟି ସମାନ ଉଚ୍ଚତା ଖମ୍ବ। ଯାହାର ଉଚ୍ଚତା ବଢି ବଢି ଚାଲିଛି। ଗୁମ୍ଫା ନେଇ ଅନେକ ପୌରାଣିକ କାହାଣୀ। ତା ଭିତରେ କେଦାରନାଥଙ୍କ ପ୍ରତିମୂତ୍ତି ସହିତ ଅମରନାଥଙ୍କ ଭ୍ରମ ସୃଷ୍ଟି କରୁଥିବା ଶିବଲିଙ୍ଗ ବି ରହିଛି। ତା ପାଖରେ ଏକ ଚଟାଣ ରହିଛି। ଯାହା ମହାଦେବଙ୍କ ଆସନ ବୋଲି କୁହାଯାଉଛି।ତା ନିକଟରେ ରହିଛନ୍ତି ପାତାଳର ଦେବୀ ମାଆ ଭୁବନେଶ୍ୱରୀ। ଆଉ ତାଙ୍କ ନାଁରେ ଏହି ଗୁମ୍ଫାର ନା ପାତାଳ ଭୁବନେଶ୍ୱର ହୋଇଛି।
ଏମିତି କହିବାକୁ ଗଲେ ଏହି ଗୁମ୍ଫା ଭିତରେ ୩୩ କୋଟି ଦେବୀ ଦେବତା ରହିଛନ୍ତି । ଆଉ ସମସ୍ତେ ମହାଦେବଙ୍କ ପୂଜାରେ ବ୍ରତୀ। ଏଠାରେ ମହାଦେବଙ୍କ ବଡ଼ ମହିମା ରହିଛି । ବିଭିନ୍ନ ଅଲୌକିକ ଘଟଣା ମାନ ଦେଖିବାକୁ ମିଳିଥାଏ। ପଥର ଗୁଡିକରେ ଭଗବାନଙ୍କ ଜଟାର ଆକୃତି ବି ରହିଛି ଯେଉଁଠି ଗଙ୍ଗା ବହୁଥିବାର ଦେଖିବାକୁ ମିଳିଥାଏ।

ସ୍କନ୍ଦ ପୁରାଣ ଅନୁସାରେ କଳିଯୁଗର ଶେଷ ହେବାର ରହସ୍ୟ ଏହି ଗୁମ୍ଫା ଭିତରେ ହିଁ ରହିଛି। ଗୁମ୍ଫା ମଧ୍ୟକୁ ଗଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବାଦେବୀ ଆଉ ଅଲୌକିକ ଘଟଣା ଜୀବନ୍ତ ଭଗବାନଙ୍କ ଉପସ୍ଥିତି ଜାହିର କରେ।ତେବେ ସତରେ କଣ ଏଠାରେ ମହାଦେବଙ୍କ ଅଲୌକିକ ମହିମା ରହିଛି ? ସତରେ ଏଠଶରେ କଳିଯୁଗ ଶେଷ ହେବାର ସମସ୍ତ ଚିହ୍ତନ ଅଛି ?? ନା ଏଠାରେ ୩୩କୋଟି ଜୀବନ୍ତ ଦେବାଦେବୀଙ୍କ ଅସ୍ତିତ୍ୱ ଆଉ ପୂଜାଆରାଧନା ସ୍ଥଳୀ ରହିଛି ?
ପୁରାଣରେ ଥିବା ସମସ୍ତ ବର୍ଣ୍ଣନାର ରହସ୍ୟ କିନ୍ତୁ କାହାକୁ ବି ଜଣା ନାହିଁ। .. .

Comments are closed, but trackbacks and pingbacks are open.