Latest Odisha News

BREAKING NEWS

ଅଲବିଦା ୨୦୨୦: ଦେଶରେ ଏସବୁ ଖବର ପାଲଟିଥିଲା ଟପ୍ ହେଡଲାଇନ୍ସ

ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: ବର୍ଷ ଶେଷରେ ରାଜ୍ୟରେ ଆକ୍ସନ ମୁଡକୁ ଆସିଛି ଭିଜିଲାନ୍ସ ଟିମ୍ । କୋଟିପତି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ଘନ ଘନ ଚଢ଼ାଉ ହେଉଛି । ଆଜି ରାୟଗଡ଼ା ଡିଭିଜନ୍-୨ର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନାଁ ଉଦ୍ଧବ…

ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦେବ SIT

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ତଦନ୍ତ ସମ୍ପର୍କିତ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତ ଅଗ୍ରଗତି ନେଇ ସବିଶେଷ ରିପୋର୍ଟ ରଖିବ ତଦନ୍ତକାରୀ ଟିମ୍ । ପୂର୍ବରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା…

ଦେଶରେ ୨୪ଘଣ୍ଟାରେ ୨୪ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୨୯ ହଜାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟେନସନ୍ । ଏପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ କୋଟିଏ ଟପି ସାରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଚିନ୍ତାଗୁରୁହୁ ଗାଁର ସତୀଶ ବାବୁ । ତାଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ୨୦ରୁ…

ନବଦମ୍ପତ୍ତିଙ୍କ ଅଭିନବ ପ୍ରୟାସ; ସମାଜକୁ ଦେଲେ ଏହି ନିଆରା ନିଦର୍ଶନ

ଯାଜପୁର: ନବଦମ୍ପତିଙ୍କ ଅଭିନବ ପ୍ରୟାସ। ବର କନ୍ୟା ବେଶରେ ବାଣ୍ଟିଲେ ସଚେତନତା ବାର୍ତ୍ତା। କନ୍ୟା ଭୃଣହତ୍ୟା ଓ ବୃକ୍ଷରୋପଣ ଉପରେ ଲୋକଙ୍କୁ କରାଇଲେ ସଚେତନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରାସ ଗ୍ରାମର ସରୋଜ ବେହେରା ଓ ତାଙ୍କ ପତ୍ନୀ ସାଗରତନୟା ଏଭଳି ପ୍ରୟାସ କରିଛନ୍ତି। ନିକଟରେ ଏମାନେ…

୭୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

ଚାନ୍ଦବାଲି: ରାଜସ୍ୱ ନିରୀକ୍ଷକଙ୍କୁ(ଆରଆଇ) ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ଆରଆଇ କୃଷ୍ଣଚନ୍ଦ୍ର ଦାସ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । କଇଥଖୋଲା ଗାଁର ସତ୍ୟବ୍ରତ ମାଇତିଙ୍କଠାରୁ ସେ…

ପୁଣି ଚିନ୍ତା ବଢାଇଲା କରୋନା; କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଏହି ଅଞ୍ଚଳ

ଆଠଗଡ଼: ପୁଣି ଚିନ୍ତା ବଢାଇଛି କରୋନା। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା କଟକ ଜିଲ୍ଲାର ଏକ ଗ୍ରାମ। ଗୋଟିଏ ପଟେ କରୋନା ପ୍ରକୋପ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଯୋରନ୍ଦା…

ଯାଜପୁର ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଯାଜପୁର ରୋଡ଼ ଡୁବୁରୀ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କରାଯିବ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମେ ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ହେବାକୁ ଥିଲାବେଳେ ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ଟି ପରିବାରର ୭ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ସମେତ ଘରର ସମସ୍ତ ଆସବାସପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତ ବିଳମ୍ବିତ ରାତ୍ରିରେ ଏହି…