Latest Odisha News

BREAKING NEWS

ସିନ୍ଧିଆଙ୍କ ପରେ ଇସ୍ତଫା ଦେଲେ ୨୦ କଂଗ୍ରେସ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆମୋଡ ନେଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ୨୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଏହି ବିଧାୟକଙ୍କ ମଧ୍ୟରେ ୫ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ସେମାନେ ବିଧାନସଭାର ବାଚସ୍ପତିଙ୍କୁ ନିଜ…

କାଠଯୋଡି ନଦୀରେ ବୁଡି ୨ ଯୁବକ ମୃତ

କଟକ: ହୋଲିରେ ଅଘଟଣ । କାଠଯୋଡିରେ ନଦୀରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା । ସେମାନଙ୍କ ଘର ନେତାଜୀ ନଗର ଅଂଚଳରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୁଇ ଯୁବକ ହୋଲି ଖେଳସାରି କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ ।…

ଓଲିଉଡରେ ରଙ୍ଗର ଫୁଆରା..ଲୋକପ୍ରିୟ ଓଡିଆ ହୋଲି ଗୀତ

ସଙ୍ଗୀତ ବିନା ରଙ୍ଗର ପର୍ବ ହୋଲି ଅଧୁରା । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିବାକୁ ପସନ୍ଦ କରନ୍ତି । ଓଡିଆ ସିନେମା ଓ ଆଲବମ ଦୁନିଆର କିଛି ଲୋକପ୍ରିୟ ଗୀତ ସବୁ ହୋଲି ଓଡିଆଙ୍କ ମନକୁ ରୋମାଞ୍ଚୀତ କରିଥାଏ । ହୋଲିକୁ ନେଇ ସବୁଠାରୁ ଲୋକପ୍ରିୟ ଓଡିଆ…

କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ/ ଭୋପାଳ: କଂଗ୍ରେସକୁ ବଡ ଝଟକା । ମଧ୍ୟ ପ୍ରଦେଶର ରାଜ ପରିବାରରୁ ଆସୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା…

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

ଟ୍ରକ୍ ଧକ୍କାରେ ଯୁବକ ମୃତ

ସୋରୋ: ବାଲେଶ୍ୱର ଜିଲ୍ଲାର ସୋରୋ-ମଙ୍ଗଳପୁର ରାସ୍ତାରେ ବାଗୁଡି ଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନଯାୟୀ ମହମୁହୁନା ଗାଁର ନରେନ୍ଦ୍ର କୁମାର ଜେନା (୪୦) ହୋଲି ଖେଳିବାକୁ ବାଗୁଡି ଯାଉଥିବାବେଳେ ହଠାତ୍…

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି…