Latest Odisha News

BREAKING NEWS

ଡିସେମ୍ବର ୮ରେ ଉତ୍କଳ ୟୁନିଭର୍ସିଟି ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କେବିନ୍ଦା ଆସନ୍ତା ୮ ତାରିଖରେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସେସନରେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର…

ଓଡ଼ିଶା ସରକାରଙ୍କ ‘୫-ଟି’ କୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ସ୍ୱଚ୍ଛତା ତଥା ଉତ୍ତମ ଶାସନ ବଜାୟ ରଖିବାଲାଗି ଓଡ଼ିଶା ସରକାର ଯେଉଁ ‘୫-ଟି’ ନୀତି ଅବଲମ୍ବନ କରିଛନ୍ତି ତାହାକୁ ନୀତି ଆୟୋଗ ସମର୍ଥନ କରିବା ସହିତ ପ୍ରଶଂସା କରିଛି । ରାଜ୍ୟର ଶିକ୍ଷା ପଦ୍ଧତିର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୫ଟି ର ଏଜେଣ୍ଡା କାର୍ଯ୍ୟକାରୀ କରିଥିଲେ ।…

ଐତିହାସିକ ଦିବା-ରାତ୍ର ଟେଷ୍ଟ ସହ ୨-୦ରେ ଶୃଙ୍ଖଳା ଜିତିଲା ଭାରତ

କୋଲକାତା: ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରି ଭାରତ କୋଲକାତାଠାରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ମ୍ୟାଚ୍ ଜିତିପାରିଛି । କୋଲକାତା ଟେଷ୍ଟରେ ବିଜୟ ହାସଲ କରିବା ସହିତ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତିପାରିଛି । 9/78 from @ImIshant & it's all…

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା: ସମସ୍ତ ପକ୍ଷକୁ ନୋଟିସ ଜାରି କଲେ କୋର୍ଟ, ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳୁ ନାଟକୀୟ ଢଙ୍ଗରେ ରାଜନୈତିକ ପରିବର୍ତ୍ତନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ…

ଆଧାର ପକ୍ଷରୁ ଲଞ୍ଚ ହେଲା ନୂଆ ମୋବାଇଲ ଆପ୍ସ…

ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ନିଜର ସବୁ ଦରକାରୀ ଡାଟା ଡାଉନଲୋଡ ପାଇଁ ୟୁ.ଆଇ.ଡି.ଏ.ଆଇ ଆଧାର ଲଞ୍ଚ କଲା ତାର ନୂଆ ମୋବାଇଲ ଆପ୍ସ ଜ୍ଝ ଫଳରେ ପୁରୁଣା ଆପ୍ସ ଆଉ କାମ କରିବନି । ଏନେଇ ୟୁ.ଆଇ.ଡି.ଏ.ଆଇ ତାର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ।…

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ: ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର…

ଫେସବୁକରେ ହତ୍ୟା ଧମକ ଦେଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ କମେଣ୍ଟ ଓ ହତ୍ୟା ଧମକ ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକଙ୍କ ନାମ ଉଦୟ ଜେନା (୨୧) ଏବଂ ସେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁରର ବାସିନ୍ଦା ।…

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରୋନିକ୍ ବସ୍ !

ଭୁବନେଶ୍ୱର: କ୍ରୁଟ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଟ୍ରାଲର ଭାବେ ଗଡିଛି ଇଲେକ୍ଟ୍ରିକ୍ ବସ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଟି ଇଲେକ୍ଟ୍ରୋନିକ୍ ବସ୍ ଚଳାଚଳ ପାଇଁ ଘୋଷଣା କରିଥିଲେ । ଏହି ବସ୍ ଚଳାଚଳ ଫଳରେ ସହରରେ ବାୟୁ ଓ ଧ୍ୱନି ପ୍ରଦୂଷଣ ମାତ୍ରା କମ୍…

ପିଆଜ @ ୧୦୦

ଭୁବନେଶ୍ୱର: ରାତି ପାହିଲେ ବଢ଼ିଚାଲିଛି ପିଆଜ ଦର। ଗତ ସପ୍ତାହରେ ୬୦ ଭିତରେ ଥିବା ଏବେ ୯୦ ଛୁଇଁଥିବା ବେଳେ ଆଜି କଟକରେ ପିଆଜ ଦର ୧୦୦ ଛୁଇଁଛି । ପ୍ରତିଦିନ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ କଲବଲ କରିଦେଲାଣି। ଚାରି ମାସ ତଳେ କିଲୋ ପିଛା ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା…

ପାରାଦୀପ ବନ୍ଦରରେ ଲାଗିଲା ଭାରତୀୟ ଯୁଦ୍ଧଜାହାଜ; ଆଜି ଦେଖିପାରିବେ ସର୍ବସାଧାରଣ

ପାରାଦୀପ: ଭାରତୀୟ ନୌସେନାର ୨ଟି ଜାହାଜ ଆଇଏନଏସ ରାଣା ଓ ଆଇଏନଏସ ଘଡ଼ିଆଳ ଶନିବାର ରାତିରେ ପାରାଦୀପ ବନ୍ଦରରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଆଜି ସ୍କୁଲପିଲା ଓ ସର୍ବସାଧାରଣ ଏହାକୁ ଦେଖିବାକୁ ସୁଯୋଗ ପାଇବେ । ତେବେ ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।…