Latest Odisha News

BREAKING NEWS

ଛତିଶଗଡରେ ପଙ୍ଗପାଳ, ପୁଣି ବଢିଲା ଓଡିଶାର ଚିନ୍ତା

ଭୁବନେଶ୍ୱର: କିଛି ଦିନ ତଳେ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟପ୍ରଦେଶ ଆଡକୁ ମୁହାଁଇଥିବା ପଙ୍ଗପାଳଙ୍କୁ ନେଇ ପୁଣି ଓଡିଶାର ଚିନ୍ତା ବଢିଛି । କାରଣ, ପୁଣି ଛତିଶଗଡକୁ ଫେରିଛନ୍ତି ପଙ୍ଗପାଳ । ଆଜି ଏହା ଉପରେ ଅନୁଧ୍ୟାନ କରି କୃଷି ନିର୍ଦ୍ଦେଶକ ମୁଥୁକୁମାର କହିଛନ୍ତି ଯେ, ଓଡିଶାରୁ ୪ଶହରୁ ୫ଶହ…

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଟିଟିଲାଗଡ: ଟିଟିଲାଗଡରେ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଶୁକ୍ରବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ପିଙ୍କି ଛତର (୨୩) । ସେ ୦୭୪୨୧ ତିରୁପତି-ନୱାପରା ରୋଡ୍ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ…

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର…

ଭାରତୀୟ ବଜାରରେ କବଜା କରିଛି ଏହିସବୁ ଚୀନ ଉତ୍ପାଦ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଭାରତୀୟ ବଜାରରେ କବଜା କରିଥିବା ଚାଇନିଜ ଉତ୍ପାଦକୁ ବହିଷ୍କାର କରିବା ଲାଗି ଦାବି କରିଛନ୍ତି । ଜାଣନ୍ତୁ ଭାରତୀୟ ବଜାରରେ କାରବାର କରୁଥିବା…

କୋରାପୁଟରେ ୨ ସିଆରପିଏଫ୍ କମାଣ୍ଡୋ କରୋନା ଆକ୍ରାନ୍ତ

ଜୟପୁର: ମାଓବାଦୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମୁତୟନ ହୋଇଥିବା ଦୁଇ ସିଆରପିଏଫ୍ କମାଣ୍ଡୋ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାନୁସାରେ, ଦୁଇ ଆକ୍ରାନ୍ତ ସୁରକ୍ଷା କର୍ମୀ ସୁନାବେଡାର ୨୦୨ କୋବ୍ରା ୟୁନିଟରେ ପୋଷ୍ଟ ହୋଇଥିଲେ । ଏହି ଦୁଇ ଜଣଙ୍କୁ ଜୟପୁର ସ୍ଥିତ କୋଭିଡ…

୪ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।  କିନ୍ତୁ ଏହି ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ରଥଯାତ୍ରା…

ମୋଦିଙ୍କ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର

ଭୁବନେଶ୍ୱର : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ସାଂସଦ ପିନାକୀ ମିଶ୍ର । ଗତ ୧୬ ତାରିଖ ରାତିରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ…

ଗଲୱାନ ଘାଟି ସଂଘର୍ଷ: ସହିଦ ଭାରତୀୟ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି

ୱାଶିଂଟନ: ଗତ ଜୁନ୍ ୧୫ ତାରିଖରେ ଲଦାଖ ସ୍ଥିତ ଗଲୱାନ ଘାଟିରେ ଭାରତ-ଚୀନ ଯବାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସହ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ । ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଟ୍ୱିଟ୍ ଜରିଆରେ ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି…

କାଶ୍ମୀରରେ ଏନକାଉଣ୍ଟର, ୮ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ସେନା ଆତଙ୍କବାଦୀ ଗୁଳି ବିନିମୟରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋଫିଆନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାମ୍ପୋରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।…