Latest Odisha News

BREAKING NEWS

ଦିଲ୍ଲୀ, ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଏବଂ ଗୁଜରାଟରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିବେ ବୋଲି ଷଡଯନ୍ତ୍ର କରୁଛନ୍ତି । ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସତର୍ତ ସୂଚନା ମିଳିବା ପରେ ଦିଲ୍ଲୀ ଓ ଗୁଜରାଟ ସରକାର ହାଇ ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତ-ପାକିସ୍ତାନ ନିୟନ୍ତ୍ରଣ…

ମହାକାଶରେ ଶୁଟିଂ ପାଇଁ ଟମ କ୍ରୁଜଙ୍କୁ ଅନୁମତି ଦେଲା ନାସା

ନ୍ୟୁୟର୍କ:ହଲିଉଡର ଲୋକପ୍ରିୟ ଅଭିନେତା ଟମ କ୍ରୁଜଙ୍କ ଆଗାମୀ ଫିଲ୍ମ ପାଇଁ ଦର୍ଶକ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସମ୍ପୂର୍ଣ୍ଣ ଭାବେ ମହାକାଶରେ ଏହି ଫିଲ୍ମ ଶୁଟିଂ ହେବାକୁ ଅଛି । ତେବେ ଏଥିପାଇଁ ନାସାର ଅନୁମତିର ଆବଶ୍ୟକ ଥିଲା । ଦୀର୍ଘ ଦିନ ଅପେକ୍ଷା ପରେ ନାସା ମହାକାଶରେ…

କେନ୍ଦ୍ର ସରକାରଙ୍କୁ ୫୦୦୦କୋଟି ଟଙ୍କାର ସହାୟତା ମାଗିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ପ୍ରକାଶ କରିଛି । ଦିଲ୍ଲୀକୁ ୫୦୦୦ କୋଟି ଟଙ୍କାର ସହାୟତାର ଆବଶ୍ୟକ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି । କରୋନା ମହାମାରୀ ଲକଡାଉନ ଯୋଗୁ ଦିଲ୍ଲୀର ଆର୍ଥୀକ ବ୍ୟବସ୍ଥା ଖରାପ ହୋଇଛି । ଅଧିକାଂଶ…

ବିସ୍କୁଟ ଫିଙ୍ଗିବା ପଡିଲା ମହଙ୍ଗା, ରେଳ ଅଧିକାରୀଙ୍କୁ ନିଲମ୍ବିତ କଲା ରେଳବାଇ

ଲକ୍ଷ୍ନୌ: ଯେତିକି ବିସ୍କୁଟ ଦିଆଯାଉଛି, ସେତିକି ବାଂଟିକି ଖାଅ । ଏଭଳି କହି ପ୍ରବାସୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଜଣେ ରେଳ ଅଧିକାରୀ । ଏପରିକି ସେମାନଙ୍କୁ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଉତ୍ତରପ୍ରଦେଶ ଫିରୋଜାବାଦର ଏକ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ରେଳବାଇର…

ବାଲେଶ୍ୱରରେ ପଙ୍ଗପାଳ ଆତଙ୍କ !

ବାଲେଶ୍ୱର: ବାଲେଶ୍ୱର ଔପଦା ବ୍ଲକର ବଉଳଗଡ଼ିଆ ଅଞ୍ଚଳରେ ପଙ୍ଗପାଳ ଆତଙ୍କ  । ଏହି ଅଞ୍ଚଳ କୁଳଡିହା ଅଭୟାରଣ୍ୟକୁ ଲାଗିଛି  । ତେବେ ଜଙ୍ଗଲର ଅନେକ ଡାଳପତ୍ରକୁ ପୋକ ଖାଇ ଲଣ୍ଡା ହୋଇଯାଇଥିବା ଦେଖିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଯାଇଥିଲା  । ପରେ ସମସ୍ତେ ଏକତ୍ରିତ ହୋଇ ଜଙ୍ଗଲ…

କରୋନା ଅପଡେଟ୍‌: ସୁସ୍ଥ ହେଲେ ଆଉ ୭୬ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ସର୍ବାଧିକ ୧୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଏହାରି ଭିତରେ ମଧ୍ୟାହ୍ନରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି । ଏହି ୭୬ ଜଣଙ୍କ ଟେଷ୍ଟ ରିପୋର୍ଟ…

ନେପାଳ ସଂସଦରେ ଆଗତ ହେଲା ନକ୍ସା ସଂଶୋଧିତ ବିଲ

କାଠମାଣ୍ଡୁ: ନୂଆ ନକ୍ସାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ନେପାଳ ସଂସଦରେ ଆଗତ ହୋଇଛି ସଂଶୋଧିତ ବିଲ୍ । ନେପାଳର ଆଇନ ମନ୍ତ୍ରୀ ଶିବମାୟା ନୂଆ ନକ୍ସା ସମ୍ପର୍କରେ ସଂସଦରେ ବିଲ୍ ଆଗତ କରିଛନ୍ତି । ନେପାଳର ଏହି ନୂଆ ନକ୍ସାରେ ଭାରତର କାଳାପାଣି,…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ, ବାଲେଶ୍ୱରରେ ଲାଗିଛି ପୋଷ୍ଟର

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ । ଏଭଳି ଏକ ପୋଷ୍ଟର ବାଲେଶ୍ୱରର ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ‘ଆମର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ, ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ’ ବୋଲି ଲେଖାହୋଇଛି ।…

ପିପିଇ କିଟ୍ ଗ୍ରହଣ କଲେନି ସରକାର, କହିଲେ ଯଥେଷ୍ଟ ମହଜୁଦ ଅଛି

ଭୁବନେଶ୍ୱର: ପଞ୍ଜାବରୁ ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟ ଆସିଥିବା ବେଳେ ଏହି ସାମଗ୍ରୀ ଗୁଡ଼ିକୁ ଏବେ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି । ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍। ଏହି କମ୍ପାନୀଗୁଡ଼ିକ କରିଥିବା…

କାନ୍ଥ ଡେଇଁ ବାଇକ୍ ଲୁଟି ନେଲେ ଲୁଟେରା, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର: କର୍ଫ୍ୟୁ କଟକଣା ଭିତରେ ମାତିଛନ୍ତି ଲୁଟେରା । ଅନ୍ଧାରରେ ବେଧଡକ୍ ଘରେ ପଶି ଲୁଟିଛନ୍ତି ବାଇକ୍ । କ୍ୟାମେରାରେ କଏଦ୍ ହୋଇଛି ଚୋରିର ପୁରା କାହାଣୀ । ରାତି ପ୍ରାୟ ଗୋଟିଏ ବେଳେ ଭୁବନେଶ୍ୱର ପାତ୍ରପଡ଼ା ଅଂଚଳରେ ଲୁଟି ହୋଇଛି । ଏହି ଲୁଟ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍…