Latest Odisha News

BREAKING NEWS

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିଲେ ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରିବ

ଭୁବନେଶ୍ୱର : ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହୋଇଥାଏ । ଓଡିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ । ଯଦି ରାଜ୍ୟରେ ଚାଷୀମାନଙ୍କୁ ଯଦି ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଦୁଗ୍ଧ ଉତ୍ପାଦନ ବୃଦ୍ଧି…

ବଜ୍ରପାତ ସହ ବର୍ଷା ଆଶଙ୍କା: ୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ ଓ ନୟାଗଡ ଆଦି ଜିଲ୍ଲାର ଗୋଟିଏ…

ଓଡିଶାର ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ (ଡିଏଓ)ଙ୍କୁ ସୋମବାର ଦିନ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରଦୀପ କୁମାର ମହାନ୍ତି ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗତ ଜୁଲାଇ ୨ ତାରିଖରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।…

ସୁନ୍ଦରଗଡରେ ୩୨ଶହ ଡେଇଁଲା କରୋନା ସଂକ୍ରମଣ; ରାଉରକେଲାରୁ ୫୧ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଉପକୂଳ ଓଡ଼ିଶା ପାଇଁ ଗେମ୍ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: ଧର୍ମେନ୍ଦ୍ର

ଭୁବନେଶ୍ୱର: ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ଅଞ୍ଚଳର ପରିବେଶ ସୁରକ୍ଷା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ…

କୋରାପୁଟରୁ ଜବତ ହେଲା ୧୫୧ କିଲୋର ଗଞ୍ଜେଇ

ଜୟପୁର: କୋରାପୁଟ ଜିଲ୍ଲାରୁ ପୋଲିସ ପ୍ରାୟ ୧୫୧ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏନେଇ ସୋମବାର ଦିନ ଡିଏସପି ଅଶୁଂମାନ ଦ୍ୱିବେଦୀ କହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଚିକିମା ଗ୍ରାମର ଚନ୍ଦ୍ର ବିଶୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ…

ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦ୍ୱନ୍ଦ; ରିତେଶ କହିଲେ ସେ ଜୀବିତ ଅଛନ୍ତି

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ତଥା ଅଭିନେତା ନିଶିକାନ୍ତ କାମତ ଏବେ ଭେଣ୍ଟିଲେଟରର ସପୋର୍ଟରେ ଥିବା ସ୍ପଷ୍ଟ କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ସୂଚନାନୁଯାୟୀ, ତାଙ୍କ ଦେହାନ୍ତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଅଭିନେତା ରିତେଶ ଦେଶମୁଖ ଏହାକୁ ଖଣ୍ଡନ…

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟମ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାସହ ଯେଉଁମାନେ ଗତ କିଛି ଦିନ ଭିତରେ…

NEET ଓ JEE ସ୍ଥଗିତ ରଖିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ହେବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବ NEET ଓ JEE ମେନ୍ । ପ୍ରବେଶିକା ପରୀକ୍ଷା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୧୫ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୫୬ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧ଲକ୍ଷ ୯୮ ହଜାର ଘନଫୁଟ ଜଳ ନିଷ୍କାସିତ…