Latest Odisha News

BREAKING NEWS

ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ଦେଖାନ୍ତୁ ପ୍ରତିଭା

ଭୁବନେଶ୍ୱର : ଲକ୍‌ଡାଉନ ରେସିପିର ସଫଳତା ପରେ ଆମର ଦ୍ୱିତୀୟ ପ୍ରତିଯୋଗିତା ଭାବେ ଆମେ ଆଣିିଛୁ ‘କରୋନା କ୍ରିଏଟିଭିଟି’ । ଯାହା ଆପଣଙ୍କର ଓ ଆପଣଙ୍କ ନିକଟତମ ଲୋକଙ୍କ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣିପାରିବ । କୋଭିଡ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ଘୋଷଣା ହୋଇଥିଲା…

ଷ୍ଟିଲ ସିଟିରେ ପୋଲିସ ବନାମ ପବ୍ଲିକ, କଂଟେନମେଂଟ୍ ଜୋନ୍‌କୁ ନେଇ ଉତ୍ତେଜନା

ରାଉରକେଲା: କଂଟେନମେଂଟ୍ ଜୋନକୁ ନେଇ ରାଉରକେଲାରେ ତୁମୁଳ କାଣ୍ଡ ଘଟିଛି । ସ୍ଥିତି ଏଭଳି ହୋଇଛି ଯେ, ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଜରାସ୍ତାରେ ନିଆଁ ଜଳିଛି, ବ୍ୟାପକ ଭଂଗାରୁଜା ବି ହୋଇଛି । ପୋଲିସ ଉପରକୁ ପଥରମାଡ କରିଛନ୍ତି ଉତ୍ତ୍ୟକ୍ତ ଜନତା । ଆମ ଅଂଚଳରୁ କଂଟେନମେଂଟ୍ ଜୋନ୍…

ଆଗାମୀ ୧ ମାସ ଆମ ପାଇଁ ବଡ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଡେଇଁ ଚାଲିଥିବା ବେଳେ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ…

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ କାମ କରୁଥିବା ୨ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହରଙ୍କ ଘରର ଦୁଇଜଣ ସଦସ୍ୟ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କରଣ ଜୋହର। https://twitter.com/karanjohar/status/1264942040199999490?s=19 ଏହି ୪୮ ବର୍ଷୀୟ…

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ ମନୋଜ ଭଳ ତାରୁଣ୍ୟର ତରଙ୍ଗ ପରି ବସନ୍ତର ମଧୁର ପରଶ ଆଉ ବିଭୋର କରୁନି ମନକୁ ଆଗ ଭଳି, ଅନୁରାଗରେ ବନ୍ଧା ପଡିଥିବା ଜୀବନ ଅସ୍ଥିର ହେଉନି ଏବେ ବିଶ୍ୱାସର ଫରୁଆରେ ସାଇତି ରଖିବାକୁ ମମତାର ଫୁଲ ଅନ୍ୟଲାଗି । ସବୁଏଠି ଅଦଳ ବଦଳ ବିବର୍ଣ୍ଣ ପୃଥିବୀ…

ଅନଲାଇନରେ ମଦ ବିକ୍ରି; ଗୋଟିଏ ଦିନରେ ୮୪୨୦ ଅର୍ଡର

ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ଅନଲାଇନ ଯୋଗେ ମଦ ବିକ୍ରିକୁ ଅନୁମତି ମିଳିଥିବା ବେଳେ ପ୍ରଥମ ଦିନରେ ଓଡିଶାର ପ୍ରାୟ ୨୯ଟି ଏକ୍ସାଇଜ୍ ଜିଲ୍ଲାରେ ୮,୪୨୦ ଅର୍ଡର କରାଯାଇଛି। ରାଜ୍ୟ ଏକ୍ସାଇଜ୍ ବିଭାଗ ଅନୁଯାୟୀ ସୋମବାର ଦିନ ୯,୪୪୦ ବଲ୍କ ଲିଟର ବିଦେଶୀ ମଦ ଏବଂ ୧୦,୬୮୯ ଲିଟର ବିୟରର ହୋମ୍…

ପବଜି ଖେଳ ହେଲା କାଳ: ଚାଲିଗଲା ଯୁବକଙ୍କ ପ୍ରାଣ

ଭୁବନେଶ୍ୱର: ଓଡିଶାର ନୂଆପଡା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ପବଜି ଖେଳୁ ଖେଳୁ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ସଦରଥାନା ସିଆଲଲଟି ଗ୍ରାମର ୨୧ ବର୍ଷୀୟ ଯୁବକ କ୍ଷୀରମୋହନ ମାଝି । କାନରେ ଇୟରକର୍ଡ଼ ଦେଇ ରେଳ ଧାରଣା ଉପରେ ପବଜି…

ଏଇ ତ ଜୀବନ !

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ । ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିବେଦନା ।। ୨/୨୮ ଶ୍ରୀଗୀତା ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅବଧିକୁ ଜୀବନ ବୋଲି କୁହାଯାଏ । ଏଇ କାଳଖଣ୍ଡ ହିଁ ପ୍ରତ୍ୟେକଙ୍କର ଜୀବନ, ସେ ମନୁଷ୍ୟ ହେଉ ବା ପଶୁ, ସରିସୃପ ହେଉ ବା ଉଦ୍‌ଭିଦ ।…

ଦିଲ୍ଲୀର ତୁଗଲକବାଦରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲାକବାଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ହେତୁ ପ୍ରାୟ ୧୫୦୦ ବସ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଶହ ଶହ ଲୋକ ଭୂମିହୀନ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୫୦…

ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା

ତେଲେଙ୍ଗାନା: ତେଲେଙ୍ଗାନାର ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା । ୱାରଙ୍ଗଲ ପୋଲିସ କହିଛି ଯେ, ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବ ନିଜ ପ୍ରେମିକାର ହତ୍ୟା କରିସାରିଛି ଏହାର ରହସ୍ୟ ନ ଖୋଲୁ ସେଥିପାଇଁ ସେ ନଅ ଜଣଙ୍କୁ ହତ୍ୟା କରିଥିଲା । ଗିରଫ ହେବାପରେ…