Latest Odisha News

BREAKING NEWS

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । બોપલમાં સોસાયટીમાં ગરબા ગાતા મહિલા પોલીસ…

ପାକିସ୍ତାନୀ ଟିଭି ଚ୍ୟାନେଲରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ମିଥ୍ୟା ଖବର !

ଭୁବନେଶ୍ୱର: ହିତାହିତ ଜ୍ଞାନ ହରେଇ ବସିଛି ପାକିସ୍ତାନୀ ମିଡିଆ । ବିନା କୌଣସି ବଳିଷ୍ଠ ପ୍ରମାଣରେ ବଂଚିଥିବା ବ୍ୟକ୍ତିଙ୍କୁ ନିଜ ଅପରିପକ୍ୱ ମାନସିକତାରେ ମୃତ ଘୋଷଣା କରୁଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି ।…

ଉହାନରୁ ହଟିଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ସାରା ବିଶ୍ୱକୁ କରୋନା ଭଳି ଏକ ମହାମାରୀରେ ବୁଡ଼େଇ ଦେଇ ଏବେ ଖୁସି ପାଳନ କରୁଛି ଚୀନ । ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଥିବା ଉହାନ ସହରରୁ ୭୬ ଦିନ ପରେ ଉଠିଛି ଲକଡାଉନ। ଲକଡାଉନ ଉଠିବା ଫଳରେ…

ଚିନ୍ତା ବଢ଼ାଉଛି କରୋନା: ଭାରତରେ ୫୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦେଇଥିବା ରିପୋର୍ଟ ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପି ୫୧୯୪ ରେ ପହଞ୍ଚିଛି ।। ଯାହା ନିତ୍ୟାନ୍ତ ପକ୍ଷେ ଏକ ଚିନ୍ତାର ବିଷୟ । #UPDATE: A total of 35…

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ ସିଲ କଲା ବିଏମସି । କଣ୍ଟେନମେଣ୍ଟ ଅଞ୍ଚଳ ବା ଅବରୋଧ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଉପରେ ଲାଗିଲା କଟକଣା । ଏହି ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଘରୁ ବହାରି ପାରିବେ…

କରୋନା ଆତଙ୍କ: ଡୋନାଲ୍ଡ ଟ୍ରମ୍ପ୍ କାହିଁକି ଚୀନ ଉପରେ କ୍ଷୁବ୍ଧ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା କରୋନା ସଂକ୍ରମଣ ଯୋଗୁଁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପି ଯିବାପରେ ବିଶ୍ୱର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର…

ଆମେରିକାରେ ମୃତ୍ୟୁର ତାଣ୍ଡବ: କରୋନା ନେଲାଣି ୧୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ…

ଓଡ଼ିଶାରେ ୪୨ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୪୨ ରେ ପହଁଚି ସାରିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମହାମାରୀରେ ମଙ୍ଗଳବାର ଦିନ ଝାରପଡା ଅଞ୍ଚଳର ଜଣେ ୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିବା ବେଳ ଆଉ ୨ ଜଣ ସୁସ୍ଥ ହୋଇ ଘରକୁ…

କରୋନା କବଳରେ ବିଶ୍ୱ: ୮୦ ହଜାର ଟପିଲା ମୃତ୍ୟ ସଂଖ୍ୟା, ୧୪ଲକ୍ଷ ଆକ୍ରାନ୍ତ !

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୪ ଲକ୍ଷ ୩୧ ହଜାର ୭୦୬ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭାରତରେ ବଢୁଛି କରୋନା ମାମଲା: ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୭୮୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…