Latest Odisha News

BREAKING NEWS

କରୋନା ଆତଙ୍କ: ଭଦ୍ରକରେ କଡ଼ାକଡ଼ି ହେଲା ଲକଡ଼ାଉନ୍

ଭଦ୍ରକ: ସାରା ଦେଶ ସମେତ ଓଡ଼ିଶାରେ ଲକ୍ଡ଼ାଉନ୍ ଚାଲିଥିବା ବେଳେ ଭଦ୍ରକ ସହରରେ ଲକଡ଼ାଉନ୍ କଡ଼ାକଡ଼ି ହୋଇଛି । ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡ଼ାଉନ୍ ଘୋଷିତ ହେବାପରେ ଭଦ୍ରକ ସହରରେ ମଧ୍ୟ ଏହା ପାଳନ କରାଯାଉଛି । ଓଡ଼ିଶା ସରକାର ପ୍ରଥମେ ୫ଟି ଜିଲ୍ଲା ଏବଂ ୮ଟି ସହରକୁ ଲକଡ଼ାଉନ୍…

ବିବାଦରେ ରାପର୍ ବାଦଶାହ, ଫ୍ରାନ୍ସରୁ ଆସିଲା କପି ରାଇଟ୍ ଉଲ୍ଲଙ୍ଘନ ଅଭିଯୋଗ !

ମୁମ୍ବାଇ: ଧୁମ ମଚାଇଛି ବାଦଶାହ ଓ ଜ୍ୟାକ୍‌ଲିନ୍‌ଙ୍କ ଲେଟେଷ୍ଟ ଟ୍ରାକ୍ ଗେଣ୍ଡା ଫୁଲ୍ । ବେଙ୍ଗଲି-ପଂଜାବୀ ଫ୍ୟୁଜନ୍‌ରେ ଏହି ରିମିକ୍ସ ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ ସେଟର୍ ପାଲଟିଛି । ସୋସିଆଲ୍ ମିଡିଆରେ ଭିୟର୍ସିପ ହାସଲ କରିଥିବା ଏହି ଗୀତଟି ଏବେ କପି ରାଇଟ୍ ମାମଲାରେ ବିବାଦକୁ ଆସିଛି ।…

ରାଜଧାନୀରେ ଲକଡାଉନ ପ୍ରଭାବ, ଦେଖନ୍ତୁ ଚିତ୍ରରେ

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ। ୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ରାଜଧାନୀରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ। ଆବଶ୍ୟକୀୟ ସାମଗ୍ରୀ ଦୋକାନ…

ଆସିଗଲା ଶକ୍ତିମାନ! ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ସୁବର୍ଣ୍ଣ ଯୁଗ ଫେରାଇ ଆଣୁଛି ଦୂରଦର୍ଶନ। ରାମାୟଣ ଓ ମହାଭାରତ ଦେଖି ପୁରୁଣା ଦିନର ସ୍ମୃତି ତାଜା ହେଉଛି । ଏହି କ୍ରମରେ ଯୋଡି ହୋଇଛି ୯୦ ଦଶକର ଆଉ ଏକ ଲୋକପ୍ରିୟ ଧାରାବାହିକ 'ଶକ୍ତିମାନ' । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏହି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’…

କରୋନା ଭୟ: ୨ଟି ବିଦେଶୀ ବିମାନ ଲ୍ୟାଣ୍ଡ୍ କରିବା ପରେ ଆତଙ୍କିତ ହେଲେ ରାଉରକେଲାବାସୀ !

ରାଉରକେଲା: ଦେଶରେ ବର୍ତ୍ତମାନ ଦ୍ରୁତଗତିରେ କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଥିବା ବେଳେ କଡ଼ାକଡ଼ି ପାଳନ କରାଯାଉଛି ୨୧ ଦିନର ଲକ୍‌ଡ଼ାଉନ୍ । ଏବେ ଓଡ଼ିଶାରେ ୪ଟି କରୋନା କେସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ବିଦେଶରୁ ଓଡ଼ିଶାକୁ ଫେରିଥିବା ସୂଚନା ମିଳିଛି । ତେବେ…

ଲକ୍‌-ଡାଉନ୍: ନିଜ ଗ୍ରାହକଙ୍କ ପାଇଁ ଜିଓ ଆଣିଲା ଏଇ ମାଗଣା ସେବା, ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି ।…

ପିଏମ କେୟାର ପାଣ୍ଠିକୁ ଏସବିଆଇ କର୍ମଚାରୀଙ୍କ ୨ ଦିନର ବେତନ ଦାନ

ମୁମ୍ବାଇ: କୋଭିଡ଼-୧୯ର ମୁକାବିଲା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ୫୬ ହଜାର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨ ଦିନର ବେତନ ଦାନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଫଳରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗଠନ କରାଯାଇଥିବା…

ଟେଲିଭିଜନର ସୁବର୍ଣ୍ଣ ଯୁଗ ଫେରାଇ ଆଣିଛି ଦୂରଦର୍ଶନ

ନୂଆଦିଲ୍ଲୀ: ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଦୂରଦର୍ଶନ ନିଜର ସୁବର୍ଣ୍ଣ ଯୁଗ ସୋ’ଗୁଡ଼ିକୁ ଟେଲିଭିଜନକୁ ଫେରାଇ ଆଣିବା ପାଇଁ ଯୋଜନା ରଖିଛି । ନିମ୍ନଲିଖିତ ସୋ’ଗୁଡ଼ିକ ପୁନଃପ୍ରସାରଣ ହେବାକୁ ଧାର୍ଯ୍ୟ ହୋଇଛି । ୧. ଚାଣକ୍ୟ: ଚନ୍ଦ୍ରପ୍ରକାଶ…

ଉଗ୍ର ହେଉଛି କରୋନା: ବିଶ୍ୱରେ ସାଢ଼େ ୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାରେ କବଳିତ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୫୪ ହଜାର ୯୪୭ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୫୭୧ ଛୁଇଁଛି। 754,948 coronavirus…

କରୋନା ଭୂତାଣୁ ସଂକ୍ରମଣର ନୂଆ ଲକ୍ଷଣ

ବ୍ରିଟେନ: ଥଣ୍ଡା, କାଶ, ଛିଙ୍କ ଲାଗି ରହିଲେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସନ୍ଦେହ କରିବାକୁ ପୂର୍ବରୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ବ୍ରିଟେନର ଡାକ୍ତର କୋଭିଡ୧୯ ଭୂତାଣୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଆଉ ଦୁଇଟି ଲକ୍ଷଣ ଚିହ୍ନଟ କରିଛନ୍ତି । କୌଣସି ବ୍ୟକ୍ତି କରୋନା…