Latest Odisha News

BREAKING NEWS

ଅଡୁଆରେ ଅଭିଜିତ, ବଢିଲା ଆଉ ୧୪ ଦିନ ଜେଲ ଅବଧି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଶ୍ୱପ୍ରସିଦ୍ଧ କୋଣାର୍କର ଭାସ୍କର୍ଯ୍ୟ, ଓଡ଼ିଶାର ବିଧାୟକ ତଥା ସାମ୍ବାଦିକଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରି ହଟହଟା ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର୍ ମିତ୍ରଙ୍କ ଅଡୁଆ କ୍ରମେ ବଢି ବଢି ଯାଉଛି । ସ୍ଥାନୀୟ ଝାରପଡ଼ା ଜେଲରେ…

ମାଓବାଦୀ ବିରୋଧି ଅଭିଯାନକୁ ତୀବ୍ର କରିବ ଓଡିଶା ପୋଲିସ: ଡିଜିପି

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ (ଡିଜିପି) ଆର୍ ପି ଶର୍ମା ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକ ପରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ମାଓବାଦୀ ବିରୋଧି ଅଭିଯାନକୁ ଜୋରଦାର କରାଯିବ”…

ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ

ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ । ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ…

ସେଲ୍ଫି ନେଲା ଜୀବନ, ନଦୀକୁ ଖସି ଯୁବକଙ୍କ ମୃତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲାର ଚେକାଗୁଡା ଝୁଲା ପୋଲ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜଣେ ଯୁବକ ସେଲ୍ଫି ନେଇ ନଦୀକୁ ଖସି ପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଆନ୍ଧ୍ରପ୍ରଦେଶ କତାବାଲସାରୁ ୩ ଜଣ ଯୁବକ ମା…

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବେ ତାଙ୍କ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । “ ବିଧାୟକ ପଦରୁ ଇସ୍ତଫା ପ୍ରଦାନ ନେଇ ମୁଁ ଅକ୍ଟୋବର ୩୦ ତାରିଖ ଦିନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲି ।…

କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଜନଜାତି ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂତନ ଯୋଜନା ଆରମ୍ଭ…

‘ମୋ ବସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୋ ବସ ସେବା’ ର ଶୁଭ ଉଦଘାଟନ କରିଛନ୍ତି । କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ବସ ସେବା କାର୍ଯ୍ୟକ୍ରମ ଆରମ୍ଭ…

ଶେଷରେ ଧରାପଡ଼ିଲା ବାଘୁଣୀ ସୁନ୍ଦରୀ, ନନ୍ଦନକାନନ ନେବାକୁ ବନବିଭାଗର ପ୍ରସ୍ତୁତି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଚାଲିଥିବା ‘ମିଶନ୍ ସୁନ୍ଦରୀ’ ଅଭିଯାନର ପରିସମାପ୍ତି ଘଟିଛି । ଶେଷରେ ସୁନ୍ଦରୀ ବାଘୁଣୀ ଧରାଦେଇଛି । ଦୀର୍ଘ ୨ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭିଯାନରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ଯୋଗେ କାବୁ କରାଯାଇପାରିଛି । ମିଳିଥିବା ସୂଚନାନୁଯାୟୀ, କୁମକୀ…

କଟକ ବାଲିଯାତ୍ରା ଅବଧି ୧୧ ଦିନକୁ ବୃଦ୍ଧି ହେଲା

କଟକ: ଓଡ଼ିଶାର ସବୁଠୁ ବଡ଼ ବାଣିଜ୍ୟମେଳା ‘ବାଲିଯାତ୍ରା’ର ଅବଧି ୧୧ଦିନକୁ ବୃଦ୍ଧି ପାଇଛି । କଟକ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଏବର୍ଷ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାଧାରଣତଃ ଏହି ଐତିହାସିକ ବାଲିଯାତ୍ରା ଉତ୍ସବ ଓ…

ଆଜି ମାଲକାନଗିରି ଗସ୍ତ କରୁଛନ୍ତି ଡିଜିପି ଆର୍ ପି ଶର୍ମା

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁରୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଘଟିଥିବା ଏନକାଉଣ୍ଟରର ସମୀକ୍ଷା ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜିପି ଆର୍ ପି ଶର୍ମା ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା…