ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି : ପ୍ରତିଭା ରାୟ
ପ୍ରତିଭା ରାୟ (୧୯୪୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ । ସେ ହିଁ ଓଡ଼ିଶାର ଏକମାତ୍ର ଶତକ-ସଂସ୍କରଣ ପୁସ୍ତକର ଲେଖିକା; ଯାହାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ନିକଟରେ ୧୦୦ତମ ସଂସ୍କରଣ ଛୁଇଁପାରିଛି । ସାମାନ୍ୟକଥନ, ଷଷ୍ଠସତୀ, ମୋକ୍ଷ, ଉଲ୍ଲଂଘନ, ନିବେଦନମିଦମ୍, ଗାନ୍ଧୀଙ୍କ…