Latest Odisha News

BREAKING NEWS

ଉମାଶଙ୍କର ମିଶ୍ରଙ୍କ ‘ତ୍ରିତୟ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସିକା ସଂକଳନ ‘ତ୍ରିତୟ’ ସ୍ଥାନୀୟ ବୁଲନ୍ ଭାଇ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକକୁ…

୭ଟି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହେଲା

ଭଦ୍ରକ: ଭଦ୍ରକର କିଛି ମତ୍ସ୍ୟଜୀବୀ ଧାମରା ମୁହାଣର ଚାନ୍ଦନୀ ପାଲଠାରେ ୭ଟି 'ସୋଲାପଟିଆ' ମାଛ ଧରିଛନ୍ତି। ଏହି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହୋଇଛି। ପୂର୍ବଦିନ ଏହି ବିରଳ 'ସୋଲାପଟିଆ' ମାଛମଧ୍ୟରୁ ୭ଟିକୁ ସମୁଦ୍ରରୁ ଧରିଥିଲେ ମାଛ ଧରାଳି। ସେମାନେ ସେମାନଙ୍କ ମାଛକୁ କୂଳକୁ…

ଓଡ଼ିଶାରେ ହେଉଛି ବ୍ୟାପକ ଦୁର୍ନୀତି, ବିଜେଡି-ବିଜେପିର ରହିଛି ମିଳିତ ଭାଗିଦାରୀ: ପବନ ଖେଡା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ତୀବ୍ର ସମାଲୋଚନା କରି କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ…

ମୋଦୀଙ୍କ ଅଭିଭାଷଣ ମେଣ୍ଟ ଚର୍ଚ୍ଚାକୁ ଯୋଗାଇଲା ଇନ୍ଧନ

ଭୁବନେଶ୍ୱର: ମାର୍ଚ୍ଚ ୫, ରାଜ୍ୟ ରାଜନୀତିରେ ରୁଚି ରଖୁଥିବା ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଥିଲା ଅପେକ୍ଷାର ଦିନ। କିଏ କହୁଥିଲା ଆଜିର ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧି ଘୋଷଣା କରିବ ଏବଂ ବିଜୁ ଜୟନ୍ତୀରୁ ସାରା ଦେଶ ଦେଖିବ ବିଜେଡି ଓ ବିଜେପି…

ଅସଲି ପ୍ୟାକେଟରେ ନକଲି ଆଚାର ବିକ୍ରି କରୁଥିବା କାରଖାନା ଠାବ: ଜଣେ ଗିରଫ

ବ୍ରହ୍ମପୁର: ଆଚାର ସମସ୍ତଙ୍କର ପ୍ରିୟ। ବିଶେଷ କରି ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଗଲେ ସେଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଆଚାରରେ ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି।…

ନୂତନ କୀର୍ତିମାନ ପାଇଁ ରୋହିତଙ୍କୁ ଆବଶ୍ୟକ ୬ ଛକା

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ଖେଳାଯିବ । ଏହି ମ୍ୟାଚରେ ଭାରତର ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୬୦୦ ଛକା ମାରି ରେକର୍ଡ କରିବା ପାଇଁ…

ଷ୍ଟକ୍ ଟ୍ରେଡିଂ ଅଭିଯୋଗରେ ଯୁବକଙ୍କୁ ୨୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଲେ ସାଇବର ଠକେଇ

ଅନୁଗୁଳ: ଜଣେ ଯୁବକଙ୍କୁ ସାଇବର ଅପରାଧୀମାନେ ଅନଲାଇନ୍ ଷ୍ଟକ୍ ଟ୍ରେଡିଂ ନାଁରେ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ଷ୍ଟକ କାରବାର ସମ୍ପର୍କରେ ହ୍ଵାଟସଆପ୍ ମେସେଜ୍ ପାଇବା ପରେ ଗୋଟାମରା ଗ୍ରାମର ନରେନ୍ଦ୍ର ସାହୁ ଠକଙ୍କ ଜାଲରେ ପଡ଼ିଯାଇଥିଲେ। ସେ…

ପ୍ରୟାସକାନ୍ତି ସାମଲଙ୍କୁ ଇଡିର ଜେରା, ଡାଟା ଡିଲିଟ୍ କରିଥିବାରୁ ଗିରଫ ସମ୍ଭାବନା

ଭୁବନେଶ୍ୱର: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରୟାସକାନ୍ତି ଇଡି…

ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ଶୁଭାରମ୍ଭ, ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀ ପାଇବେ ମ୍ୟାଜିକ କାର୍ଡ

ଭୁବନେଶ୍ବର: ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ…

୬୫ ମିଲିୟନ ଡଲାରରେ ନିର୍ମିତ ରୁଷ ଯୁଦ୍ଧ ଜାହଜକୁ ନଷ୍ଟ କଲା ୟୁକ୍ରେନ ଡ୍ରୋନ

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ସହାୟତାରେ ୟୁକ୍ରେନ ଦୀର୍ଘ ଦିନ ହେବ ରୁଷର କଡା ମୁକାବିଲା କରି ଆସୁଛି । ମଙ୍ଗଳବାର ୟୁକ୍ରେନ ଏକ ଶକ୍ତିଶାଳୀ ସାମୁଦ୍ରିକ ଡ୍ରୋନ ବ୍ୟବହାର କରି କୃଷ୍ଣ ସାଗରରେ ରୁଷର ଏକ ଯୁଦ୍ଧ ଜାହଜକୁ…