କବିତା : ଆଶା ସଳିତା
ବାସନ୍ତୀ ଲତା ଜେନା
ସପନ ବିଭୋର ମାନବ ହୁଅଇ
ଆଶା ଆକାଂକ୍ଷାକୁ ନେଇ
କେତେକ ସପନ ପୂରଣ ହୁଅଇ
ଅଧା କେତେ ରହୁଥାଇ।
ସପନ ଦେଖିବା ମନୁଷ୍ୟ ସ୍ଵଭାବ
ଆଗକୁ ବଢ଼ିବା ପାଇଁ
ଯାହା ମନେ ସ୍ବପ୍ନ ଉଦ୍ରେକ ନହୁଏ
ନିରର୍ଥ ଜୀବନ ସେହି।
ଜନ୍ମରୁ ମରଣ ଯେତେ କାଳ ଥାଏ
ବହୁ କର୍ମରେ ଜଡିତ…