କବିତା : ଈଶ୍ୱର
ସଂଘମିତ୍ରା ରାଏଗୁରୁ
ମୁଁ ପ୍ରେମରେ
ତୁ ବି ପ୍ରେମରେ
ଫରକ ଏତିକି
ମୁଁ ଲୁଣରେ ସମୁଦ୍ର ଦେଖେ
ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ
ମୁଁ ଚର୍ଚ୍ଚାରେ
ତୁ ବି ଚର୍ଚ୍ଚାରେ
ଖବରଠୁ ଖବରକାଗଜ ଯାଏ
ଯିଏ ଯେମିତି ଦେଖିଲା ସେଇ ନଜରରେ
ପ୍ରେମ ଆଉ ଚର୍ଚ୍ଚା
ଚର୍ଚ୍ଚା ଆଉ…