Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ଅଶୋକ ଗେହଲେଟ ଏବଂ ବସୁନ୍ଧରା ରାଜେ ଉଭୟଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଗେହଲେଟ ଟୁଇଟ କରି ଜଣାଇଛନ୍ତି ସାମାନ୍ୟ ଲକ୍ଷଣ ସହ ମୁଁ କୋଭିଡରେ ସଂକ୍ରମିତ ହୋଇଛି ।…

ପଶ୍ଚିମବଙ୍ଗ ହିଂସାକୁ ନେଇ ମମତାଙ୍କ କଟାକ୍ଷ; କହିଲେ ‘ବାମ’ ଓ ‘ରାମ’ ହାତ ମିଳାଇଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଜୁରୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି । ମମତା କହିଛନ୍ତି ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଅମିତାଭଙ୍କୁ ପସନ୍ଦ ହେଲା ସାଧୁଙ୍କ ମୁଣ୍ଡର ସୌରଶକ୍ତି ଚାଳିତ ପଙ୍ଖା

ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ…

ତାଳଚେରର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍

ଅନୁଗୁଳ: ତାଳଚେରରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କୁମୁଣ୍ଡାର ଜଣେ ଟାୟାର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି କଟକ ଜିଏସଟି ଅନଫୋର୍ସମେଣ୍ଟ ଟିମ୍ । ମିଳିଥିବା ସୂଚନା ଅନୁସାରେ, କୁମୁଣ୍ଡା ଗାଁର ୨ ଜଣ ବ୍ୟବସାୟୀଙ୍କ ବିବି ଟ୍ରେଡର୍ସ ନାଁରେ ଏକ ସଂସ୍ଥା ରହିଛି । ବିବି ଟ୍ରେଡର୍ସ…

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ…

ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’ର ନୂଆ ଗୀତ : ଲୁଙ୍ଗି ପିନ୍ଧି ସଲମାନଙ୍କ ସହ ଡ଼୍ୟାନ୍ସ କଲେ ରାମଚରଣ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ\' କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନଙ୍କ ସହ ସାଉଥ୍ ସୁପରଷ୍ଟାର ରାମଚରଣ…

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ…

ଘର ଭିତରେ ଦମ୍ପତ୍ତି କରୁଥିଲେ ଗଞ୍ଜେଇ ଚାଷ: ପୋଲିସକୁ ଠକିବା ଉଦ୍ୟମ କରି ନିଜେ ଧରାପଡ଼ିଗଲେ

ଲଣ୍ଡନ: କଥାରେ ଅଛି, ଅପରାଧ ଛୋଟ ହେଉ କିମ୍ବା ବଡ, ଯିଏ କୌଣସି ଅପରାଧ କରେ, ସେ ଦିନେ ନା ଦିନେ ଧରାପଡ଼େ । ଏହାକୁ ଯେତେ ଲୁଚାଇବାକୁ ଉଦ୍ୟମ କଲେ ବି ଏହା ନିଶ୍ଚୟ ସାମ୍ନାକୁ ଆସିଥାଏ । ଏବେ ସେପରି ଏକ ଅପରାଧର ଖୁଲାସା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଣ୍ଡନର ଜଣେ ବ୍ୟକ୍ତି…

ହଜାର ବର୍ଷର ପୁରୁଣା କୂଅ ଠାବ, ଏବେ ବି ଲୋକଙ୍କ ଶୋଷ ମେଣ୍ଟାଉଛି

ଯାଜପୁର : ହଜାର ବର୍ଷ ପୁରୁଣା କୂଅ । ଦେଖିଲେ କେହି କହିବେନି ଏତେ ପୁରୁଣା ବୋଲି । କେଉଁଠି ଗୋଟିଏ ହେଲେ ପଥର ଖସିନି କି ମାଟି ବି ଧସିନି । ଯେମିତି ଶକ୍ତ, ସେମିତି ସୁରକ୍ଷିତ । ଏବେ ବି ତାର ପାଣି ସ୍ୱଚ୍ଛ, ପାନୀୟ ଉପଯୋଗୀ । ମାଙ୍କଡା ପଥରରେ ତିଆରି ଏହି ପୁରୁଣା କୂଅ   ଏବେ ବି ଏଠିକା…

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ଅକାଳ ମୃତ୍ୟୁ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ଘଟି ଯାଇଛି ଏକ ବଡ଼ ଅଘଟଣ । ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ସମସ୍ତ ୩ ଜଣ ମୃତକ କୋରକୋରା…