Latest Odisha News

BREAKING NEWS

ନକଲି ମସଲା, ଔଷଧ ପରେ ନକଲି ମୋବିଲ୍ କାରଖାନା ଠାବ; ଅଭିଯୁକ୍ତ ଗିରଫ

ରାଉରକେଲା: ରାଜ୍ୟରେ କାୟା ମେଲାଇଲାଣି ବିଭିନ୍ନ ସାମଗ୍ରୀର ନକଲି ସାମଗ୍ରୀ। ନକଲି ମସଲା, ଔଷଧ, ଡିଟରଜେଣ୍ଟ ପାଉଡର ପୂର୍ବରୁ ଜବତ ହୋଇଥିବା ବେଳେ ଏବେ ନକଲି ମୋବିଲ୍ କାରଖାନା ଠାବ ହୋଇଛି। ଏକ ଘରେ ଏହି ନକଲି ମୋବିଲ କାରଖାନା ଚାଲିଥିବା ନେଇ ଖବର ପାଇ ପୋଲିସ ରେଡ୍ କରିବା ପରେ ଏହି…

ବାଲେଶ୍ୱର ବସ୍ତାରେ ବଡ ସେକ୍ସ ରାକେଟର ପର୍ଦ୍ଦାଫାସ: ୧୩ ଗିରଫ, ୮ ମହିଳା ଉଦ୍ଧାର

ବାଲେଶ୍ୱର:  ଦେହ ବ୍ୟବସାୟ ଓ ମହିଳାଙ୍କୁ ଅନୈତିକ ଚାଲାଣ କରୁଥିବା ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି ବାଲେଶ୍ବର ପୋଲିସ। ପୋଲିସ ୧୩ ଜଣଙ୍କୁ ଗିରଫ କରିବା ସହ ୮ ଜଣ ମହିଳାଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓଡ଼ିଶାକୁ ଚାଲାଣ ହେଉଥିବା ଜଣେ ମହିଳାଙ୍କୁ…

ବଜାର ଭିତରେ ମହୁମାଛି ଆକ୍ରମଣ, ୫୦ରୁ ଅଧିକ ଆହତ

ନୂଆପଡା: ଖରିଆର ବ୍ଲକ ଅନ୍ତର୍ଗତ ଦୋହେଲାପଡା ଗାଁରେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁୟାୟୀ, ସାପ୍ତାହିକ ହାଟରେ ଗହଳି ଲାଗିଥିବା ବେଳେ ମହୁମାଛିମାନେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ମହୁମାଛିଙ୍କ ହାବୁଡ଼ରେ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି। ଅଭିଯୁକ୍ତ ଗୋପାଳ ଦାସକୁ ଛାଡିଦେଲେ ତଦନ୍ତକାରୀ ଟିମ୍ ଅନ୍ୟ କଣ ପଦକ୍ଷେପ ନେଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ସେହିପରି ଏଡିଜି ଅରୁଣ ବୋଥ୍ରାଙ୍କ ଭଳି ଦକ୍ଷ ଅଫିସର ତଦନ୍ତ କରୁଥିଲେ ମଧ୍ୟ କାହିଁକି…

ରୋଷେଇ ସିଲିଣ୍ଡର ଫାଟି ନବଜାତ ଶିଶୁର ମୃତ୍ୟୁ, ୪ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି। ସନ୍ଧ୍ୟାରେ ପତ୍ନୀ…

କୋଇଡା ବିଡିଓଙ୍କ ବଦଳି ଦାବି, ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅବରୋଧ

କୋଇଡା: ସରକାରୀ ଅଫିସରଙ୍କ ବ୍ୟବହାର ଏବଂ ବଢୁଥିବା ପ୍ରଭାବ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆଉ ଏହାକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି ବିରୋଧୀ ଦଳ। କୋଇଡା ବିଡିଓଙ୍କୁ ବଦଳି କରିବାକୁ ସ୍ଥାନୀୟ ଲୋକେ ଦାବି କରି ପ୍ରତିବାଦ କରି କରୁଥିବା…

କେମିତି ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ? ସିସିଟିଭି ଫୁଟେଜରୁ ମିଳିଲା ଚମକାଇ ଦେଲା ପରି ତଥ୍ୟ

ନୂଆଦିଲ୍ଲୀ: ଖଲିସ୍ଥାନ କଟ୍ଟରପନ୍ଥୀ ଅମ୍ରିତପାଲ ସିଂଙ୍କ ଧରିବା ପାଇଁ ଏବେ ବି ପଞ୍ଜାବ ପୋଲିସ ଜି-ଜାନ ଲଗାଇ ଦେଇଛି । ଇତି ମଧ୍ୟରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରୁ ଅମ୍ରିତପାଲ ସିଂ କେମିତି ପୋଲିସକୁ ଚକମା ଦେଇ ଖସି ପଳାଉଛି ତାହା ସାମ୍ନକୁ ଆସିଛି । ଅମ୍ରିତପାଲ ବ୍ରେଜା…

ହସ୍ତକଳା କ୍ଷେତ୍ରରେ ନୂତନ ଡିଜାଇନ ଓ ବିପଣନ ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ନ୍ୟାସନାଲ ଡିଜାଇନ ସେଣ୍ଟର ଓ ବିକାଶ ଆୟୁକ୍ତ ଏବଂ ଭୁବନେଶ୍ୱର ସ୍ଥିତ ହ୍ୟାଣ୍ଡିକ୍ରାଫ୍ଟ ସର୍ଭିସ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ହସ୍ତକଳା କ୍ଷେତ୍ରରେ ନୂତନ ଡିଜାଇନ ଓ ବିପଣନ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି । ଏହି…

ଦୁନିଆର ସବୁଠୁ ଦାମୀ ଫଳ, ମୂଲ୍ୟ ଏତେ ଯେ ହାତ ମାରି ହେବନି

ଜାପାନ: ଖାଦ୍ୟ ଏବଂ ପାନୀୟ ବିଷୟରେ କହିବାକୁ ଗଲେ ଦୁନିଆର ପ୍ରତ୍ୟେକ କୋଣରେ ବସବାସ କରୁଥିବା ଲୋକଙ୍କର ନିଜସ୍ୱ ସ୍ୱାଦ ରହିଆସିଛି । ଯେମିତି କାଶ୍ମୀରର ଆପଲ ଆମ ଦେଶରେ ପ୍ରସିଦ୍ଧ, ଆଫଗାନିସ୍ତାନର କାବୁଲରେ ଉତ୍ପାଦିତ ବାଦାମ ବିଶ୍ୱରେ ପ୍ରସିଦ୍ଧ । ଆଫଗାନିସ୍ତାନରେ ଉତ୍ପାଦିତ ଡାଳିମ୍ବ…

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ ଶିଳ୍ପୀ ଶିବିର ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଉଦ୍ଘାଟିତ ହୋଇଯାଇଛି । ୩୧ ଜଣ ମହିଳା ଶିଳ୍ପୀଙ୍କୁ ନେଇ…