ଭାଷା ଭାଗବତ : ଧର୍ମ, ସଂସ୍କୃତି, ଭାଷା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଧର୍ମକୁ କଲେ ପ୍ରଦର୍ଶନୀ
ହୁଏ ଧର୍ମର ମାନହାନି
ରହିବା ସ୍ବଧର୍ମ ସହିତ
ହେବାନି ଆଦୌ ପ୍ରଦର୍ଶିତ
ବ୍ୟକ୍ତିର ଅଂତରଂଗ ଭକ୍ତି
ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି
ଲୋଡ଼େନି କାହାର ସ୍ବୀକୃତି
ଅଥବା ଗୋଷ୍ଠୀର ସଂପୃକ୍ତି…