Latest Odisha News

BREAKING NEWS

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫାଇଲ୍ ଫିଙ୍ଗିଲେ, ଏବେ ରାତି ଅଧିଆ ବଦଳି କରିଦେଲେ!

ଯାଜପୁର (ହିମାଂଶୁ କୁମାର ପାଢୀ): ଚର୍ଚ୍ଚାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାର୍ଯ୍ୟକଳାପ। ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତର୍ଦ୍ବନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଛି । ନିକଟରେ ପୌରାଧ୍ୟକ୍ଷା…

କ୍ୟାମେରାରେ କଏଦ ହେଲା ଜି ୨୦ରେ ଚୀନ୍ ରାଷ୍ଟ୍ରପତି ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ

ବାର୍ଲି: ଇଣ୍ଡୋନେସିଆର ବାର୍ଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସି ଜିନପିଙ୍ଗ ଜଷ୍ଟିନ ଟୁଡୋଙ୍କ…

ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ : ୫ ବର୍ଷ ପରେ ଦିଲ୍ଲୀରେ ଖେଳାଯିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୪ ମ୍ୟାଚ ବିଶିଷ୍ଟ ଗାଭାସ୍କର-ବର୍ଡର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ସିରିଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ଫାଇନାଲରେ ପ୍ରବେଶ ତାହା ଏକ ପ୍ରକାର ଏହି ସିରିଜରେ ଚୂଡାନ୍ତ ହେବ ।…

ହୁତୁ ହୁତୁ ହୋଇ ଜଳିଗଲା ଜାମିଆ ମସଜିଦ

ଶ୍ରୀନଗର: ବୁଧବାର ସନ୍ଧ୍ୟାରେ ଲଦାଖର କାରଗିଲ ଜିଲ୍ଲାରରେ ଥିବା ଜାମିଆ ମସଜିଦରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ମସଜିଦଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା, ପୋଲିସ ଏବଂ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ମସଜିଦଟି…

କାହା ସୁପାରିସରେ ହୋଇଥିଲା ବିମୁଦ୍ରୀକରଣ ? ସୁପ୍ରିମକୋର୍ଟରେ ସତ୍ୟପାଠ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀ- କେତେ ଲାଭ, କେତେ କ୍ଷତି ? ୨୦୧୬ରେ ହୋଇଥିବା ରାତି ଅଧିଆ ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ସରକାର କହିଛନ୍ତି, ଜାଲ୍ ନୋଟ୍ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ଲାଗି ନୋଟବନ୍ଦୀ ହେଉଛି ପ୍ରଭାବଶାଳୀ…

ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି: ଇଣ୍ଡିଆ ଡି ଟିମରେ ଓଡିଶାର ପ୍ରିୟଙ୍କା

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଆଜି ଖେଳାଳି ଚୟନ କରାଯାଇଛି । ରାୟପୁରରେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ ଡି ଭାବେ ୪ଟି ଟିମ ଗଠନ କରାଯାଇଛି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶନୀ ଭାରତ ଡି…

ସିସୋଦିଆ କହିଲେ ଗଣତନ୍ତ୍ରର ଅପହରଣ କରୁଛି ବିଜେପି

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ପୂର୍ବ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ କଞ୍ଚନ ଜରିୱାଲା ବୁଧବାର ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ୍ କରିଛି। ଏପରି କରି ବିଜେପି ଆପ୍ ଲୋକତନ୍ତ୍ରର ଅପହରଣ କରିଛି ବୋଲି ଦଳର…

୮ ବଲ୍, ୨୮ ରନ୍; ବିରାଟ କୋହଲିଙ୍କ ଛକା ଜିଣିଲା ICC ମନ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ଠାରୁ ସେମି ଫାଇନାଲରେ ଭାରତ ହାରିବା ସହ ୧୫ ବର୍ଷ ପରେ ବିଶ୍ୱକପ୍ ବିଜୟ ଆଶା ଆଶାରେ ରହି ଯାଇଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହା ଭିତରେ ବିରାଟ କୋହଲିଙ୍କ…

ମୁହଁ ଖୋଲିଲେ କାଂଚନ ଜରିୱାଲା: ଚାପରେ ନୁହେଁ , ସ୍ୱେଚ୍ଛାକୃତ ଭାବେ ନିଷ୍ପତି ନେଇଛି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ନାଟକ ଦେଖିବାକୁ ମିଳୁଛି । ବୁଧବାର ଆପର ସୁରଟ ପ୍ରାର୍ଥୀ କାଂଚନ ଜରିୱାଲା ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଆପ ନେତାମାନେ ଏ ନେଇ ବିଜେପି ଉପରେ ଅପହରଣ ଏବଂ ଧମକ ଅଭିଯୋଗ ଆଣିଥିଲେ । ତେବେ କାଂଚନ ମୁହଁ…

ମଶାଣିରେ ଏକାଠି ହୋଇଥିଲେ, ମାଡି ବସିଲା ପୋଲିସ

ଭୁବନେଶ୍ୱର: ୪ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲୁଟ୍ କରିବା ନେଇ ଉଦ୍ଦେଶ୍ୟ ରଖିଥିଲେ ହେଲେ ପୁୁଲିସ ଆଗୁଆ ସୂଚନା ପାଇ ଚଢାଉ କରି ଏହି ୪ ଡକାୟତଙ୍କୁ ଗିରଫ କରିଛି। ରାଜଧାନୀ ଉପକଣ୍ଠସ୍ଥିତ ଆଇଗଣିଆ ମସାଣି ପଡିଆରେ ଡକାୟତ୍ତି ଯୋଜନା କରୁଥିବା ବେଳେ ଖଣ୍ଡଗିରି ଥାନା ପୋଲିସ…