Latest Odisha News

BREAKING NEWS

୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ୩୫ ଜଣ ଯାତ୍ରୀଙ୍କୁ ଖୋଜା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଅଭିଷେକଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ, ୪ ନୂଆ ମୁହଁ

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଙ୍ଗଳବାର ଅଭିଷେକ ରାଉତଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ୪ ନୂଆ ମୁହଁକୁ ମଧ୍ୟ ସୁଯୋଗ ମିଳିଛି । ଲକ୍ଷ୍ନୌରେ ଅକ୍ଟୋବର ୧୧ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ…

ପାକିସ୍ତାନ ପାଇଁ ଆମେରିକାର ଦୋମୁହାଁ ନୀତି

ଓ୍ବାଶିଂଟନ: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ବାଜଓ୍ବା । ଆମେରିକା ସେନା ମୁଖ୍ୟଙ୍କ ଅଷ୍ଟିନଙ୍କ ସହ ଆଲୋଚନା କରିବେ ବାଜଓ୍ବା । ଦୁଇ ଦେଶ ମଧ୍ୟରେ ସେନା ସହଯୋଗ ବୃଦ୍ଧି ପାଇଁ ଏହି ଆଲୋଚନା ହେବା କୁହାଯାଇଛି । ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ…

‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ଯାଇ…

ସିବିଆଇର ‘ଅପରେସନ ଚକ୍ର’, ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ସିବିଆଇ ଏହି ଚଢାଉ କରିଛି। ଦିଲ୍ଲୀ ସମେତ ରାଜସ୍ଥାନ, ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଏହି…

ମଦ ସହିତ ଗୋଟା କୁକୁଡା ବାଣ୍ଟିଲେ ନେତା

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତା ମଦ ସହିତ ଜୀଅନ୍ତା ଗୋଟା କୁକୁଡା ଲୋକଙ୍କୁ ବାଣ୍ଟିଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଚିକେନ୍ ଲୋକଙ୍କୁ ବାଣ୍ଟୁଥିବାର ନଜିର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଲା ଶ୍ରୀହରି…

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସାରେ ଜଡ଼ିତ ଥିବାରୁ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ସରକାର ।  ୟୁଏପିଏ ,ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର…

ଜଙ୍ଗଲରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗାଁ ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ସୁଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ସେରୁବାରୁ ଗାଁର ହୋଇଥିବା ବେଳେ…

ଟି୨୦ ବିଶ୍ୱକପ : ଅଫିସିଆଲ ଅମ୍ପାୟର ପ୍ୟାନେଲ ଭାରତର ନୀତିନ ମେନନ ସାମିଲ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୧୬ ଜଣିଆ ଅମ୍ପାୟର ତାଲିକା ଘୋଷଣା କରାଯାଇଛି । ଏଥିରେ ଜଣେ ମାତ୍ର ଭାରତୀୟ ଭାବେ ନୀତନ ମେନନଙ୍କୁ ସୁଯୋଗ ମିଳିଛି । ନୀତିନଙ୍କ ଅମ୍ପାୟରିଂ ଦକ୍ଷତା ଆଇସିସିକୁ ପ୍ରଭାବିତ କରିଛି । ଟେଷ୍ଟ କ୍ରିକେଟରେ ତାଙ୍କ ନିଷ୍ପତି ବିରୋଧରେ ଆସିଥିବା ଡିସିସନ…