Latest Odisha News

BREAKING NEWS

କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ: ଦୁଇ ମୃତ ଓ ଦୁଇ ନିଖୋଜ

ରାଉରକେଲା: କୋଏଲ ନଦୀର ଝିରିପାଣି ପମ୍ପ ହାଉସରେ ଆଜି ଅଘଟଣ ଘଟିଛି । ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ଏମାନେ ସମସ୍ତେ ଭାଇ ଭାଇ । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।…

କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!

ବନ୍ଧୁଗଣ! ଜାଣି ଖୁସିହେବେ କି ମୁଁ ଏବେ ବି ସେମିତି ଦରିଦ୍ର ଅଛି; ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ ଭାରତୀୟ ରେଳରେ ଯାତ୍ରା କରୁଛି! ସତକଥା ହେଲା ଧାରଣା ଉପରେ ଧାବମାନ ରେଳର ଗୋଟେ ବାସ୍ନା ଅଲଗା; ବାରମ୍ବାର ବ୍ୟବହାର କରିକରି ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।…

ଜଗନ୍ନାଥଙ୍କ ପହଣ୍ଡି ବିଜେ । ଟାହିଆ ଲଗାଇ ଝୁଲି ଝୁଲି ଆସୁଛି କାଳିଆ..

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା…

ଭୁବନେଶ୍ବର:  କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୱେବପୋର୍ଟାଲ ମାଲିକାନୀ ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏବେ ବି ରହସ୍ୟଜନକ ହୋଇଛି ହତ୍ୟାକାଣ୍ଡର କାରଣ । ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ…

ବ୍ରହ୍ମପୁର ଆସୁଛନ୍ତି ଧର୍ମେନ୍ଦ୍ର, ବନ୍ଦେ ମାତରଂ ଭବନ କରିବେ ଉଦଘାଟନ

ବ୍ରହ୍ମପୁର: ଆସନ୍ତାକାଲି ରବିବାର ବ୍ରହ୍ମପୁର ସହର ଉପକଣ୍ଠରେ 'ବନ୍ଦେ ମାତରଂ ଭବନ'ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର…

ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ…

ରାଜ୍ୟରେ ୫ ଶହ ଟପିଲା ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଦୀର୍ଘ ମାସ ପରେ ଦୈନିକ ସଂକ୍ରମଣ ୫୦୦ ପାର୍ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ ଜିଲ୍ଲାରୁ ୫୧୨ଟି କୋଭିଡ୍ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୩୦୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୨ଟି ମାମଲା ସ୍ଥାନୀୟ…

ଜନ୍ମବେଦିରୁ ରତ୍ନବେଦୀକୁ ଆସିବେ ମହାପ୍ରଭୁ

ପୁରୀ:  ଆଜି ଠାକୁରେ ଜନ୍ମବେଦିରୁ ଫେରିବେ ରତ୍ନବେଦୀକୁ ।  ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଜନ୍ମବେଦୀରୁ । ନାକଚଣା ଦ୍ୱାରରୁ ରଥରେ ବସି ସିଂହଦ୍ୱାର ପହଞ୍ଚିବେ ।   ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ  ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଅଳିଅଳି ଭଉଣୀ ମା’ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ…

କବିତା : ଆସ୍ଥା ଟୋପାଏ ଆଲୋକର

ସୁଜାତା ମିଶ୍ର ରାତିର ଆଖିରୁ ଲୁହ ଝରି ଯାଉଛି ରଜନୀଗନ୍ଧାର ପଣତରେ.., ମୌସୁମୀର ବୁକୁ ସାରା ହାହାକାରର ଜଳ କଣା, ଅବ୍ୟକ୍ତ ଦୁଃଖମାନେ ଝୁଲୁଛନ୍ତି କଦମ୍ବ ଫୁଲର ବାସ୍ନାରେ.. ସମୟର ପାଦ ଚିହ୍ନ ଭିତରୁ କିଏ ଉଠାଇ ନେଉଛି ନିଖୋଜ ମଣିଷର ଛାଇ...., ଅଣସର ଘରେ କୁହାଟ ମାରୁଛି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଏପଟେ ସୂର୍ପଣଖା ପଡ଼ିଗଲେ ବିଦ୍ୟୁତ୍ ଜିହ୍ଵାଙ୍କ ପ୍ରେମରେ। ଏହାର ଲାଭ ଉଠାଇ ବିଦ୍ୟୁତୄ ଜିହ୍ଵା କୂଟନୀତି ପ୍ରୟୋଗ କରି ସୂର୍ପଣଖା ସହ ବିବାହ କରିନେଲେ। ରାକ୍ଷସ ଓ ଦାନବ ଚିରକାଳ ପରସ୍ପରର ଶତ୍ରୁ। ତେଣୁ ବିଦ୍ୟୁତ୍ ଜିହ୍ଵା…