Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦରେ ୩୪୦୭ ଜଣ ପ୍ରାର୍ଥୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ । ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ୮୫୨ଟି ଜିଲ୍ଲା ପରିଷଦ ଜୋନରୁ ୩୪୦୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଜେଡିର ୮୫୧, ବିଜେପିର ୮୪୮ ଓ କଂଗ୍ରେସର ୮୩୬ ପ୍ରାର୍ଥୀ ମଇଦାନରେ ବିଏସ୍ପି-୧୫୯, ସିପିଆଇ-୩୮, ଉଚଓଗ-୭୨ ଜଣ, ଆମ୍ ଆଦ୍ମୀ ପାର୍ଟିରୁ ୩୨ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୪୭ ପ୍ରାର୍ଥୀ ଲଢୁଛନ୍ତି । ସେହିପରି ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି ।

ତେବେ ରାଜ୍ୟରେ ଏଥର ନିର୍ବାଚନ ପୂର୍ବରୁ ୩୬ ହଜାର ୯୭୬ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗୋଟିଏ ଜିଲ୍ଲା ପରିଷଦ ଆସନରେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେହିଭଳି ୧୨୬ ସରପଞ୍ଚ ବି ନିର୍ଦ୍ୱନ୍ଦ୍ୱର ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ।

ତେବେ ୩୨୬ ସମିତି ସଭ୍ୟ ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।

Comments are closed, but trackbacks and pingbacks are open.