Latest Odisha News

BREAKING NEWS

Browsing Tag

Puri Temple

ରତ୍ନଚିତାରେ ଝଟକିଲେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଗତକାଲି ସମ୍ପନ୍ନ ହୋଇଛି ଚିତାଲାଗି ଅମାବାସ୍ୟା ନୀତି । ପ୍ରାତଃକାଳରେ ମହାପ୍ରଭୁଙ୍କର ଦ୍ୱାରଫିଟା ନୀତି, ମଙ୍ଗଳ ଆରତୀ, ଦ୍ୱାରପାଳ ପୂଜା, ରୋଷ ହୋମ, ସୂର୍ଯ୍ୟପୂଜା ପରେ ଗୋପାଳ ବଲ୍ଲଭ ଭୋଗ ସମ୍ପନ୍ନ ହୋଇଥିଲା । ସକାଳଧୂପ ଓ ପ୍ରଥମ ଭୋଗମଣ୍ଡପ ଉଠି ଦଇତାମାନେ ଚିତାଲାଗି…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କପ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା ସମ୍ପାଦନ କରିବେ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଅପରାହ୍ନରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର…

ଅଗଷ୍ଟରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦୁଆର, ଆସନ୍ତା ୪ରେ ହୋଇପାରେ ନିଷ୍ପତ୍ତି

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । କେବଳ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ଅପେକ୍ଷାରତ ଭକ୍ତଙ୍କୁ ବୋଧେ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ି ନପାରେ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା ପାଇଁ…

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କର ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ସୁସ୍ଥ ହେବେ ମହାପ୍ରଭୁ । ଜ୍ୱର ପୀଡ଼ା ଲାଘବ ପାଇଁ ଆଜି ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଇଥାଏ । ପୁରୀର ବଡ଼…

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି…

୧୦୮ ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଦେବସ୍ନାନ ପୂର୍ଣ୍ଣମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ରତ୍ନ ସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରେ ଶ୍ରୀଜିଉମାନଙ୍କର ସ୍ନାନ ନୀତି ହୋଇଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି…

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।…

ଶ୍ରୀଜୀଉଙ୍କ ସୁନାବେଶ ନୀତିରେ ବିଳମ୍ବ

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସୁନାବେଶରେ ବିଳମ୍ବ ଘଟିଛି। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବେଶ ୫ ଘଣ୍ଟା ବିଳମ୍ବରେ ହୋଇଛି । ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଦୀର୍ଘ…

ସୁରୁଖୁରୁରେ ଜଗା ଦର୍ଶନ: ଆଜିଠୁ ଦରକାର ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ ।…

ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ସେନା ଉପମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ସେନାର ନବ ନିଯୁକ୍ତ ଉପମୁଖ୍ୟ (ଭାଇର୍ସ ଚିଫ୍) ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି ସାଧାରଣ ଭକ୍ତଙ୍କ ପରି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା…