Latest Odisha News

BREAKING NEWS

Browsing Tag

Saradsashi

ଶିଶୁ କବିତା : ଶ୍ରମିକ ଭାଇ

କୁଞ୍ଜ ବିହାରୀ ସାହୁ ଶ୍ରମିକ ଭାଇରେ ଶ୍ରମିକ ଭାଇ ଖରା,ବରଷାକୁ ଖାତିରି ନାଇଁ ସକାଳୁ ଯାଉଛୁ କାମ କରିବାକୁ ବାସିପଖାଳକୁ ସଅଳ ଖାଇ । ସଭିଙ୍କ କଥାକୁ ସରାଗେ ଶୁଣି ତାଙ୍କରି କଥାକୁ ହେଉଛୁ ଗୁଣି ମନଯୋଗ ଦେଇ କାମ କରୁଥାଉ ତୋଅରି କାମରେ ସଭିଏଁ ଋଣୀ । ଆସୁଥାଉ ପଛେ ଗ୍ରୀଷମ…

ଶିଶୁ କବିତା : ମାମୁଁଘର ଗାଆଁ

ତରୁଣ କୁମାର ମିଶ୍ର ନଈ ସେପାରି ତାଳବଣରେ ମୋ ମାମୁଁଘର ଗାଆଁ , ଦୂରରୁ ଦିଶେ ସୁନ୍ଦର ଭାରି ତାଳବଣିଆ ତା ' ନାଁ । ମାମୁଁଘରକୁ ଯାଉଥିଲି ମୁଁ ଡଙ୍ଗାରେ ପାରି ହୋଇ , ଅକାତ କାତ ପାଣିର ସୁଅ ନିଏ ଡଙ୍ଗା ଭସାଇ । ଏବେ ତ ଆଉ ରହୁନି ପାଣି ନଈରେ ପକା ପୋଲ , ଗାଡ଼ି ମଟର ଯାହାକୁ…

ଶିଶୁ କବିତା : ବୁଲି ଯାଇଥିଲି ଶିମିଳିପାଳ

କୁଞ୍ଜ ବିହାରୀ ସାହୁ ବାପା-ବୋଉ ସାଥେ ଯାଇଥିଲି ବୁଲି ମୟୁରଭଞ୍ଜର ଶିମିଳିପାଳ, ଦେଖୁଥିଲି ମୁହିଁ ଚାରିପଟେ ଅଛି ଉଚ୍ଚ ପରବତ, ନଦୀ ଓ ନାଳ। ଗୋଡ଼ିମାଟି ରାସ୍ତା ବାଟେ ଖାଲଖମା ଚାଲୁଥିଲି ମୁହିଁ ଥିଇରିଥିରି, ବେଳେବେଳେ ବୋଉ ହାତ ଧରୁଥିଲା ପିଲା ହସୁଥିଲେ କିଇରିକିରି ।…

ଶିଶୁ କବିତା: ପରଜାପତି

ତରୁଣ କୁମାର ମିଶ୍ର ପରଜାପତିରେ ପରଜାପତି , ହେଉଅଛୁ କିଆଁ ତରକା ଅତି , ଫୁଲରୁ ଫୁଲକୁ ଯାଉ ଉଡ଼ି ବେଗେ , ମନ କଥା କେବେ ନଶୁଣି କିଛି । କେଡ଼େ ଶରଧାରେ ପରାଗେ ତା'ର , ରଖିଛି ତୋ ପାଇଁ ମଧୁ ଆଧାର , ଦେବ ବୋଳି ଦେହେ ତା'ରଙ୍ଗୀନ ରେଣୁ ରଙ୍ଗରଙ୍ଗିଆ ଡେଣାରେ ତୋର । ପରାଗ…

ଶିଶୁ କବିତା : ରହ ରହ ମେଘ

ପୁଣ୍ୟପ୍ରଭା ଦେବୀ ରହ ରହ ମେଘ ଘଡିଏ ଆଉ ପାଣି ଆଣିବାକୁ ଯାଇଛି ବୋଉ. ଥିବ ସେ ଏଇନା କୂଅ ନିକଟେ ହଇରାଣ ତାକୁ ନକର ବାଟେ l ରହ ରହ ମେଘ ଘଡିଏ ଆଉ ଏତିକି ବେଳେ ତୁ ନସାଧ ଦାଉ ବାପା ଯୋଚୁଥିବେ ବିଲରେ ମହୀ ପାଖରେ ତ ତାଙ୍କ ପକ୍ଷୀଆ ନାହିଁ.। ରହରହ ମେଘ ରହରେ କ୍ଷଣେ ଦାଦା…

ଶିଶୁ କବିତା : ଆ ରେ ବରଷା ଆ

ତରୁଣ କୁମାର ମିଶ୍ର ଆ'ରେ ବରଷା ଆ , ଆ'ରେ ବରଷା ଆ , ନିଦାଘ ଦେଇଛି ତତାଇ ଶରୀର ତୁ ଶୀତଳାଇ ଯାଆ , ଝାଞ୍ଜିର ବେଦନା ଯାହା ଅଛି ମନେ ତାକୁ ଧୋଇଦେଇ ଯାଆ । ଆ'ରେ ବରଷା ଆ । (୦) ଶିରାବଣ ଅଧା ହୋଇଲାଣି ଆସି ଜମିରେ ବୁଲିନି ହଳ , ଏବେ ତୁ ଆସିଛୁ ଖୁସି ଚଷା ପୁଅ ମନ ତା'ର…

ଶିଶୁ କବିତା : ବରଷା ଆସିଲା

ତରୁଣ କୁମାର ମିଶ୍ର ମେଘ ବରଷିଲା ଟୁପୁରୁ ଟୁପୁରୁ କୁନା କୁନି ଭାରି ଖୁସି , ଝରକା ପାଖରେ ବସି କରି ଦୁହେଁ ବରଷାକୁ ଦେଖୁଛନ୍ତି । ଗଛରେ ପଡ଼ୁଛି ବରଷାର ପାଣି ତାତିରୁ ମୁକତି ପାଏ , ଆନନ୍ଦରେ ଡାଳ ପତର ହଲାଇ ମନଭରି ଗୀତଗାଏ । ଟିକି ଚଢ଼େଇଟି ଡାଳରେ ବସିକି ଝାଡ଼ଇ ଡେଣା…

ଶିଶୁ କବିତା : ସରସ ଲାଗୁନି ରଜ ପରବ

କୁଞ୍ଜ ବିହାରୀ ସାହୁ ବହୁ ଦିନ ପରେ ମୋ ସାନ ଭଉଣୀ ଆସୁଥିଲା ଆମ ଘର, ରେଳଗାଡ଼ିରେ ସେ ଶୋଇପଡ଼ିଥିଲା ଲାଗୁଥିଲା ଟିକେ ଜ୍ୱର । ସଞ୍ଜବେଳଟାରେ ବାହାନଗାଠାରେ ରେଳଚକା ଗଲା ଧସି, ଯାତ୍ରୀମାନେ ତହିଁ ପାଟିକରୁଥିଲେ ବଗିରେ ସଭିଏଁ ବସି । କ୍ଷଣିକ ଭିତରେ ପାଟି ଶୁଭିଲାନି ଚକାତଳେ…

ଶିଶୁ କବିତା : ପୁଷି ମାଉସୀ

ପ୍ରଣତି ଆଚାର୍ଯ୍ୟ ମିଶ୍ର ପୁଷି ମାଉସୀ ପୁଷି ମାଉସୀ ଆ ପାଖକୁ ଯାଅନି ଋଷି କଂଅଳ ଦେହ ତୋର ବାଘମାମୁଁ ତୋ ଅଟେ କି ଭାଇ ଦିଶୁ କେଡେ ସୁନ୍ଦର।। ବାପା ତୋ ପାଇଁ ଆଣି ଅଛନ୍ତି ଆମ ଗାଡିଆ ମାଛ ଖାଇ ଖୁସିରେ ଶୋଇବୁ ଯାଇ ହଲାଇ ତୋର ପୁଛ।। ମିଆଁଉ ମିଆଁଉ ଡାକିବୁ ଯେବେ ଯିବି ତୋ…

ଶିଶୁ କବିତା : ଦେହକୁ ହିତ, ପାଟିକୁ ମିତ

ତରୁଣ କୁମାର ମିଶ୍ର  ଆସିଛି ଖରା, ତାତିଛି ଧରା ଦେହରୁ ବହେ ଝାଳ , ପାଟି ଖୋଜଇ କାକୁଡ଼ି ଲସି ତରଭୁଜ ଓ ତାଳ । କାକୁଡ଼ି କାଟି ଲଙ୍କା ଗୁଣ୍ଡ ଓ ଲୁଣ ତହିଁରେ ଦେଇ, ଖାଇଲେ ତାକୁ ଲାଗଇ ମଜା ଶୋଷ ବି ଯାଏ ମରି । ଦେହକୁ ହିତ ଅଟଇ ସେତ ସେ ଉପକାରୀ ଫଳ , ଚାଷୀ ଭାଇ ତା ବାଡ଼ିରେ…