Latest Odisha News

BREAKING NEWS

ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି ।

ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି ତାର ତଥ୍ୟ ପ୍ରତିଦିନ କ୍ଲାସ ସରିଲେ ଏହାର ଅପଡେଟ୍ ଦେବେ ଶିକ୍ଷକ । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିୟମିତ ଉପସ୍ଥାପନା ତଥ୍ୟ ନଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଥାଉକି, କିଛିଦିନ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ପାଇଁ କିଛି ପିଲା ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କିଛି ପିଲା ପରୀକ୍ଷା ବାତିଲ ଦାବି କରିଥିଲେ । ଏହାକୁ ନେଇ ଅଭିଭାବକମାନେ ଦ୍ୱନ୍ଦରେ ଥିବା ବେଳେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିଦିନ ପିଲାଙ୍କ ଉପସ୍ଥାନପା ତଥ୍ୟ ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି କରାଯାଇଛି ।

Comments are closed, but trackbacks and pingbacks are open.