Latest Odisha News

BREAKING NEWS

୪୧ ଡିଗ୍ରୀ ଉପରେ ୧୪ଟି ସହର; ଜାଣନ୍ତୁ ୩ ଦିନ କେଉଁ ଜିଲ୍ଲାକୁ ରହିଛି ଅରେଞ୍ଜ୍ ୱାଣ୍ଣିଂ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ମଙ୍ଗଳବାର ଦିନ । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଧରି ରାଜ୍ୟରେ ଗ୍ରଷ୍ମ ପ୍ରବାହ ଜାରି ରହିବ, ତେଣୁ କିଛି ଜିଲ୍ଲାକୁ ୟେଲୋ ଅରେଞ୍ଜ୍ ୱାଣ୍ଟିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗ ବିଶେଷ ପରିବର୍ତ୍ତନ ହେବନାହିଁ । ଉତ୍ତାପ ଜାରି ରହିବ, ତେଣୁ ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାକୁ ଅରେଞ୍ଜ୍ ୱାଣ୍ଟିଂ ଜାରି କରାଯାଇଛି ।

ଆସନ୍ତା ୩ ଦିନ ଲାଗି ଯେଉଁ ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାଣ୍ଟିଂ ଜାରି କରାଯାଇଛି ଯେହିସବୁ ଜିଲ୍ଲାଗୁଡ଼ିକ ହେଲା – ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମାଲକାନଗିରି, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲା ।

ଆଜି ପୁଣିଥରେ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ସାବ୍ୟସ୍ତ ହୋଇଛି । କ୍ରମାଗତ ଭାବେ ଟିଟିଲାଗଡ଼ରେ ଜାରି ରହିଛି ଗ୍ରୀଷ୍ଣପ୍ରବାହ । ଆଜି ଟିଟିଲାଗଡ଼ର ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ସେଲସିୟସ୍ ରେକଡର଼୍ କରାଯାଇଛି । ଟିଟିଲାଗଡ଼ ସମେତ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ରେକଡର଼୍ କରାଯାଇଛି – ବଲାଙ୍ଗୀର (୪୩.୫), ଅନୁଗୁଳ (୪୩.୧), ସମ୍ବଲପୁର (୪୩.୦), ବୌଦ୍ଧ (୪୨.୮), ସୋନପୁର (୪୨.୮), ଝାରସୁଗୁଡ଼ା (୪୨.୬), ହିରାକୁଦ (୪୨.୬), ତାଳଚେର (୪୨.୬), ଭବାନୀପାଟଣା (୪୨.୫), ମାଲକାନଗିରି (୪୨.୦), ଫୁଲବାଣୀ (୪୧.୪), ପାରଳାଖେମୁଣ୍ଡି (୪୧.୨) ଏବଂ ସୁନ୍ଦରଗଡ଼ (୪୧.୦) ଡିଗ୍ରୀ ସେଲସିୟସ୍ ଦିନର ସର୍ବାଧିକ ତାପମାତ୍ରା ଭାବେ ରେକଡର଼୍ କରାଯାଇଛି ।

କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଜାରି ରହିଥିବା ଯୋଗୁଁ ଅସୁସ୍ଥ ବ୍ୟକ୍ତି, ଶିଶୁ ଏବଂ ବରିÂ ବ୍ୟକ୍ତି ମାନଙ୍କୁ ବାହାରକୁ ନ’ବାହାରିବାକୁ ପାଣିପାଗ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.