Latest Odisha News

BREAKING NEWS

ଅତ୍ୟଧିକ ଲୁଣ ଖାଉଛନ୍ତି କି? ତାହେଲେ ରୁହନ୍ତୁ ସାବଧାନ !

ଭୁବନେଶ୍ୱର: କୁହାଯାଏ ଲୁଣ ବିନା ଖାଦ୍ୟର ସ୍ବାଦ ଅଧା ରହିଯାଏ। ଯେତେ ଭଲରେ ଆପଣ ଖାଦ୍ୟକୁ ରୋଷେଇ କରନ୍ତୁ ନା କାହିଁକି ଲୁଣ ନଥିଲେ ସବୁ ବ୍ୟଞ୍ଜନ ଏକପ୍ରକାର ବେସୁଆଦିଆ ଲାଗିଥାଏ।

ହେଲେ ଜାଣିଛନ୍ତି କି ଆମ ଦୈନିକ ଖାଦ୍ୟରେ ଲୁଣର ପରିମାଣ ଆଵଶ୍ୟକତା ଠାରୁ ଅଧିକ ହେଇଗଲେ ତାହା ମଧ୍ୟ ବିପଦର କାରଣ ପାଲଟିପାରେ।

ଏକ ଗବେଷଣାରୁ ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ ଅତ୍ୟଧିକ ଲୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବହୁ ମାତ୍ରାରେ ହ୍ରାସ କରି ଦେଇଥାଏ। ଯାହାଦ୍ୱାରା କିଛି ଜୀବାଣୁଙ୍କ ବିରୋଧରେ ଲଢ଼ିବା ଆମ ଶରୀର ପାଇଁ କଷ୍ଟକର ହୋଇପଡିଥାଏ।

ମୂଷା ଏବଂ କିଛି ମନୁଷ୍ୟଙ୍କୁ ମାତ୍ରାଧିକ ଲୁଣ ଖାଇବାକୁ ଦେଇ ତାଙ୍କ ଉପରେ ହୋଇଥିବା ଏକ ପରୀକ୍ଷଣରୁ ସେମାନଙ୍କ ଦେହରେ ଜୀବାଣୁ ଜନିତ ସଂକ୍ରମଣର ମାତ୍ର ବୃଦ୍ଧି ପାଇଥିବାର ପରିଲକ୍ଷିତ କରାଯାଇଥିବା ଖବର ସାଇନ୍ସ ଟ୍ରାନ୍ସଲେସନାଲ ମେଡ଼ିସିନ ମାଗାଜିନରେ ପ୍ରକାଶିତ ହୋଇଥିଲା।

ପ୍ରତ୍ୟେକ ମନୁଷ୍ୟ ଦୈନିକ ୫ଗ୍ରାମ ଅଥବା ଏକ ଚାମଚ ଲୁଣ ଖାଇ ପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡ଼ଲାଇନ ଜାରି କରିଛି।

ଏହି ପରୀକ୍ଷଣର ନେତୃତ୍ୱ ନେଉଥିବା କାଟାର୍ଜିନା ଜୋବିନଙ୍କ ମତରେ ଲାବୋରଟରୀରେ ଅଧିକ ଲୁଣ ଦିଆ ଯାଇଥିବା ମୂଷାଙ୍କ ସ୍ପ୍ଲିନ୍ ଓ ଯକୃତରେ ରୋଗ ସୃଷ୍ଟିକାରୀ ପରଜୀବିଙ୍କ ସଂଖ୍ୟା ବହୁମାତ୍ରାରେ ବଢି ଯାଇଥିବା ଦେଖା ଯାଇଥିଲା।

ଏମିତିକି ଏହି ଗବେଷଣା ପାଇଁ କିଛି ସ୍ବେଚ୍ଛାସେବୀଙ୍କ ଖାଦ୍ୟରେ ଲୁଣର ମାତ୍ରା ୬ ଗ୍ରାମ ଅଧିକ ବଢ଼ାଯାଇଥିଲା ଯାହାର କିଛି ଦିନ ପରେ କରାଯାଇଥିବା ସେମାନଙ୍କ ରକ୍ତ ପରୀକ୍ଷାରୁ ଜଣା ପଡିଥିଲା ଯେ ଜୀବାଣୁ ତଥା ଅନ୍ୟ ପରଜୀବିଙ୍କ ବିରୋଧରେ ଲଢ଼ିବା ପାଇଁ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବହୁ ମାତ୍ରାରେ ହ୍ରାସ ପାଇଛି।

Leave A Reply

Your email address will not be published.