Latest Odisha News

BREAKING NEWS

କିସ ଡେ’: ପ୍ରେମରେ ପ୍ରଗାଢତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ପ୍ରେମୀ ମାନେ ଏହାକୁ କିସ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରୁଛନ୍ତି ।

ପ୍ରେମକୁ ନିଜ ପାର୍ଟନର ସାମ୍ନାରେ ପ୍ରକାଶ କରିବା ପାଇଁ ପାଳନ କରାଯାଏ ଭାଲେଣ୍ଟାଇନ୍ ସପ୍ତାହ ।

ଭାଲେଣ୍ଟାଇନ୍ ଦିବସର ସପ୍ତମ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । ଆଜିର ଦିନରେ ନିଜର ମନର ମଣିଷକୁ ଚୁମ୍ବନ ଦେବାର ଅଭିଳାଷ ସବୁ ପ୍ରେମିକ ପ୍ରେମିକା ମାନଙ୍କର ରହିଥାଏ ।

କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ ।

ଚୁମ୍ବନରେ ରହିଥାଏ ଭଲପାଇବା, ନିଜ ପ୍ରେମର ପ୍ରଗାଢତା, ଏବଂ ଦୁହେଁ ଦୁହିଁଙ୍କୁ ପ୍ରେମରେ ସମ୍ମାନ କରିବା ।

ପ୍ରେମରେ ପଡିଥିବା ପ୍ରେମ ପକ୍ଷୀ ଏ ଦୁନିଆର ବାଡ଼ ବନ୍ଧ ନାମାନି ଚାହାନ୍ତି ଆକାଶରେ ଉଡିଯିବା ପାଇଁ ।

ପ୍ରେମରେ ଫୁଲଟିଏ ବି ଫୁଟିଲେ ତାହା ଚଉଦିଗକୁ ବାସିଥାଏ, ସେ ବାସ୍ନା ମନକୁ ପୁଲକିତ କରେ ରୋମାଂଚିତ କରେ । ସାରାଦେହକୁ ଫୁଲକରି ଆକାଶରେ ଉଡାଇଦିଏ ଏହି ପ୍ରେମ ପକ୍ଷୀ ।

ଚୁମ୍ବନ ଭଗବାନଙ୍କ ସୃଷ୍ଟିର ଗୋଟିଏ ସୁନ୍ଦରତମ ଭାବନା ଏହା ମାଧ୍ୟମରେ ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକା ନିଜର ପ୍ରେମକୁ ସାର୍ଥକ କରିଥାନ୍ତି । ଚୁମ୍ବନ ହେଉଛି ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକାଙ୍କର ସ୍ୱତଃସ୍ଫୁର୍ତ ଭାବନା ।

Leave A Reply

Your email address will not be published.