Latest Odisha News

BREAKING NEWS

Yearly Archives

2020

କରୋନା ଭାଇରସ: ଏସସିବିରେ ଆଉ ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଡିଏମଇଟି ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଛନ୍ତି ଓ ଅନ୍ୟ ଜଣେ ଓମାନ ସହ ସଂପୃକ୍ତ । ଡାକ୍ତରଙ୍କ ମୁତାବକ, ଉଭୟଙ୍କୁ…

ହୋଲି ଉତ୍ସବ: ଆସନ୍ତାକାଲି ରାଜଧାନୀରେ ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା

ଭୁବନେଶ୍ୱର: ହୋଲି ଉତ୍ସବ ଲାଗି ଆସନ୍ତାକାଲି (ମାର୍ଚ୍ଚ ୧୦) ମୋ ବସ ଚଳାଚଳ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ । କ୍ୟାପିଟାଲ ରିଜନ୍ ଅରବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ଦ୍ୱାରା ପରିଚାଳିତ ହେଉଥିବା ଏହି ମୋ ବସ ସେବା ଭୁବନେଶ୍ୱର ସହରାଞ୍ଚଳରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚଳାଚଳ…

ଆଉ ୩ ବକ୍ସରଙ୍କୁ ଅଲିମ୍ପିକ ଟିକେଟ

ନୂଆଦିଲ୍ଲୀ:ଭାରତର ଆଉ ୩ ବକ୍ସର ସୋମବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏସିଆ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ଲଭଲୀନା, ଆଶିଷ କୁମାର ଓ ସତୀଶ କୁମାର ଟୋକିଓ ପାଇଁ ଟିକେଟ ପାଇଛନ୍ତି । ଏହାପୂର୍ବରୁ ଭାରତର ପୂଜା ରାଣୀ ଓ ବିକାଶ କ୍ରିଷ୍ଣା ଅଲିମ୍ପିକ୍ସ ଟିକେଟ…

ଚନ୍ଦକା ଅଭୟାରଣ୍ୟରେ ନରହନ୍ତା ଦନ୍ତାହାତୀର ମୃତ୍ୟୁ

ଭୁବନେଶ୍ୱର: ଓଡିଶାର ଯାଜପୁରରେ ଏକ ମାସ ପୂର୍ବରୁ ଯେଉଁ ହାତୀ ୪ଜଣଙ୍କ ଜୀବନ ନେଇଥିଲା, ସୋମବାର ଦିନ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟରେ ତା’ର ମୃତ୍ୟୁ ଘଟିଛି । ବନ ଅଧିକାରୀଙ୍କ କହିବାନୁସାରେ, ଦନ୍ତାହାତୀ ହିଂସ୍ର ଓ ଅଣାୟତ୍ତ ହୋଇଯାଇଥିବାରୁ ତାକୁ ଲୁହା ଶିକୁଳିରେ ବାନ୍ଧି ରଖିବାକୁ…

ତାମିଲନାଡୁରେ ଦେବେନ୍ଦ୍ର ଭୁକ୍ତାଙ୍କ ମୃତ୍ୟୁ ଘଟଣା; ମରଶରୀର ଓଡ଼ିଶାକୁ ଆଣିବାରେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ…

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତାଙ୍କର ମାର୍ଚ୍ଚ ୭ ତାରିଖରେ ତାମିଲନାଡୁସ୍ଥିତ ମାଲଗୁଡ଼ିରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓଡ଼ିଶା ମୋ ପରିବାର ଆବାହକ ଅରୂପ…

ସାଉଦି ଆରବରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ୪ର୍ଥ ରାଜକୁମାର ଗିରଫ

ରିୟାଦ:ସାଉଦି ଆରବରେ ରାଜା ମହମ୍ମଦ ବିନ ସଲମାନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସୋମବାର ୪ର୍ଥ ରାଜକୁମାର ନାଏଫ ବିନ୍ ଅହମ୍ମଦଙ୍କୁ ଗିରଫ କରାଯାଇଛି । ସେ ସେନାର ଗୋଇନ୍ଦା ବିଭାଗ ପ୍ରମୁଖ ଦାୟିତ୍ୱ ତୁଲାଇସାରିଛନ୍ତି । ପୂର୍ବରୁ ଶୁକ୍ରବାର ଏହି ଅଭିଯୋଗରେ ଅନ୍ୟ ୩ଜଣ…

ଜେଲରଙ୍କ ମାଡରେ ଭାଙ୍ଗିଲା କଏଦୀଙ୍କ ହାତ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଜେଲର ଜଣେ କଏଦୀଙ୍କୁ ଜେଲର ମାଡ ମାରିଥିବା ଅଭିଯୋଗ ଆସିଛି । ଯାହା ଫଳରେ କଏଦୀଙ୍କ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଅବିନାଶ ବେହେରା ନାମକ କଏଦୀ ହତ୍ୟା ମାମଲାରେ ସମ୍ବଲପୁର ମଣ୍ଡଳ ଜେଲରେ ସଜା କାଟୁଛନ୍ତି । ଜେଲରେ ଅନ୍ୟ…

ବିପଦରେ ପୁଣି କମଳନାଥ ସରକାର : ବାଙ୍ଗାଲୋରରେ ୧୭ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ ପୁନର୍ବାର କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ମୂଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବିଜେପିର ବାଙ୍ଗାଲୋର ରିଜର୍ଟରେ ୧୭ କଂଗ୍ରେସ ବିଧାୟକ ରହିଛନ୍ତି । ତେବେ ଏହାର ସତ୍ୟତା କେହି…

କରୋନା ଭୟରେ ଜେଲରେ ଦଙ୍ଗା, ୬ ମୃତ

ରୋମ: କରୋନା ସଂକ୍ରମଣ ଯୋଗୁଁ ଇଟାଲୀରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରତିବନ୍ଧକ ଲାଗୁ କରିଦିଆଯାଇଛି । ଇଟାଲୀର ଜେଲରେ ମଧ୍ୟ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଇଟାଲୀର ମୋଡେନା ଜେଲରେ ରବିବାର ରାତିରେ ଦଙ୍ଗା ହୋଇଛି ଏବଂ କଏଦୀମାନେ ଜେଲର ଅନେକ ସ୍ଥାନରେ ନିଆଁ…

ଦୋଳ ଉତ୍ସବରେ ଉଲ୍ଲସିତ ଗାଁ ଠୁ ସହର…

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ଚାରିଆଡ଼େ ଏବେ ଚାଲିଛି ଦୋଳ ଉତ୍ସବ । ପ୍ରଭୁ ରାଧାମାଧବ ତ୍ରିଭଙ୍ଗୀ ଠାଣିରେ ଝୁଲି ଝିଲି କରୁଛନ୍ତି ଗାଁ ପରିକ୍ରମା । ଖାଲି ଗାଁ ଗହଳି ନୁହେଁ ରାଜଧାନୀ ଉପକଣ୍ଠର ଗ୍ରାମାଂଚଳ ଗୁଡିକରେ ମଧ୍ୟ ଏହି ଉତ୍ସବ ବଡ଼ ଉତ୍ସାହ ଓ ଉଦିପନାର ସହ…