Latest Odisha News

BREAKING NEWS

Yearly Archives

2020

ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ । ଏନେଇ ବୁଧବାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।…

ଆଗାମୀ ୭୨ ଘଣ୍ଟା ମଧ୍ୟରେ ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ବିଭିନ୍ନ ସ୍ଥାନରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଜଳବାୟୁରେ ପରିବର୍ତ୍ତନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଆଇଏମଡିର ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ ଆସନ୍ତା ଫେବୃଆରୀ ୨୨ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଷ୍କ ରହିବ ।…

୩ ଫର୍ମାଟରେ ୧୦୦ ମ୍ୟାଚ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ରସ ଟେଲର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସିନିୟର କ୍ରିକେଟ ଖେଳାଳୀ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ନୂତନ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଏହି ମ୍ୟାଚରେ ଖେଳିଲେ ପ୍ରଥମ ଖେଳାଳୀ ଭାବେ କ୍ରିକେଟର ୩ ଫର୍ମାଟରେ ୧୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ଟେଲର…

ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ସମୟରେ ଦୁର୍ଘଟଣା: ୩ ମୃତ, ୧୦ ଆହତ

ଚେନ୍ନାଇ; କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ଅବସରରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ସହକାରୀ ନିର୍ଦ୍ଦେଶକ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥ ଉଦବେଗଜନକ ରହିଛି । ଏହି ଘଟଣାରେ ନିର୍ଦ୍ଦେଶକ ଶଙ୍କର ଅଳ୍ପକେ…

ଭୁବନେଶ୍ୱରରେ ସିଲ୍ ହେଲା ପଟିଆସ୍ଥିତ ବିଗ୍ ବଜାର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧିକାରୀମାନେ ଗୁରୁବାର ଦିନ ପଟିଆ ସ୍ଥିତ ବିଗ୍ ବଜାର ସପିଂ ମଲକୁ ସିଲ୍ କରିଦେଇଛନ୍ତି । ବିଏମସିର ସୂଚନାନୁଯାୟୀ ସପିଂ ମଲରେ ଅଗ୍ନି ସୁରକ୍ଷା ମାନଦଣ୍ଡ, ପାର୍କିଂ ନିୟମ ଓ ସୁରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ନିୟମାବଳୀର ଉଲଂଘନ କରାଯାଇଥିଲା…

ଓଡିଶାରେ ୧୨ ସ୍ୱାଇନ ଫ୍ଲୁ ମାମଲା; ଭୁବନେଶ୍ୱରରେ ସର୍ବାଧିକ

ଭୁବନେଶ୍ୱର: ଗତ ୩ ସପ୍ତାହ ମଧ୍ୟରେ ଓଡିଶାରେ ହୋଇଥିବା ସ୍ୱାଇନ୍ ଫ୍ଲୁ ଟେଷ୍ଟରୁ ପ୍ରାୟ ୧୨ ଜଣକ ରିପୋର୍ଟ ପଜେଟିଭ୍ ବାହାରିଛି । ସେଥିମଧ୍ୟରୁ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠରୁ ସର୍ବାଧିକ ରୋଗୀଙ୍କ ମଧ୍ୟରେ ଏଚ୧ଏନ୧ ଭାଇରସ୍ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଆତ୍ମାହୁତି କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଗତ ୬ ଦିନ ତଳେ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଦିନ ଦେହାନ୍ତ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ, ମିନାକ୍ଷୀଙ୍କୁ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା । ଏପରିକି ଗତ ବୁଧବାର…

ନିର୍ଭୟା ମାମଲା: ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗତ ଫେବୃଆରୀ ୧୬ ତାରିଖରେ ସେ ନିଜ ସେଲର କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା…

ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୧୯ ମୃତ

କୋଏମ୍ବଟୁର: ତାମିଲନାଡୁର କୋଏମ୍ବଟୁର ରାଜପଥ ନିକଟରେ ଏକ କଣ୍ଟେନରକୁ ଗୋଟିଏ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ମହାଶିବରାତ୍ରୀ ଲାଗି କମିଶନରେଟ୍ ପୋଲିସ ଜାରି କଲା ଟ୍ରାଫିକ୍ କଟକଣା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏନେଇ କମିଶନରେଟ୍ ପୋଲିସ ଟ୍ୱିଟ୍ କରି ଟ୍ରାଫିକ୍ ଆଡଭାଇଜରି…