Latest Odisha News

BREAKING NEWS

Yearly Archives

2020

ଡାକ୍ତରଙ୍କ ପରାମର୍ଶ ନେଇ ଫାଭିପିରାଭିର ଟାବଲେଟ ଖାଇବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଫାଭିପିରାଭିର ଟାବଲେଟ ଖାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୋମବାର ମୁଖ୍ୟ ଶାସନ ସଚିନ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ନିଷ୍ପତି…

ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ ମିଟରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି-ଜିନପିଙ୍ଗ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଆଢ଼ୁଆଳରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ବ୍ରିକ୍ସ ସମ୍ମିଳନୀର ଭର୍ଚୁଆଲ ମିଟରେ ଭାରତର ନରେନ୍ଦ୍ର ମୋଦି ଚୀନର ଜିନ ପିଙ୍ଗଙ୍କୁ ଭେଟିବେ । ବ୍ରିକ୍ସ ସମ୍ମିଳନୀର ଏଥର ବିଷୟ ରହିଛି ବ୍ରିକ୍ସ ପାର୍ଟିନରଶିପ ଫର ଗ୍ଲୋବାଲ…

ଅନଲାଇନରେ ଶିଖିଲେ ଡକାୟତି; ଶୁଝିଲେ ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଦୁଇଟି ବ୍ୟାଙ୍କରେ ଡକାୟତି ମାମଲାରେ କମିଶନରେଟ ପୋଲିସ ସୋମବାର ଦିନ ଜଣଙ୍କୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତଲ ଗାଁର +୨…

ଅମିତଙ୍କ ପରେ ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ଭୁବନେଶ୍ୱର

ଦୁବାଇ:ଆଇପିଏଲରେ ଏବେ ଖେଳାଳିଙ୍କ ଆଘାତ ସମସ୍ୟା ବଢ଼ିବାରେ ଲାଗିଛି । ଅମିତ ମିଶ୍ରଙ୍କ ପରେ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଭିଜ୍ଞ ପେସର ଭୁବନେଶ୍ୱର କୁମାର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ସେ ଜଙ୍ଘରେ ଆଘାତ…

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ ଜୀବନ ଯଦି ମରୁଭୂମି !!! ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ , ଓଟର ପାଦରେ... ସିଝିବାକୁ ହେବ ସଞ୍ଚି ସପନର ନୀର ସିଝୁର ଦେହରେ ।। ଜୀବନ ଯଦି ମାୟା ମୋହ !!! ଛନ୍ଦି ହେବାକୁ ପଡିବ ଆଶାର ଜାଲରେ , ବୁଢିଆଣୀ ଦେହେ ... ଜଳି ଯୁଝି ଜିଇଁବା ମାୟା ମାଦକତାର…

ଓଡିଶାରୁ ସୁସ୍ଥ ହେଲେ ଆଉ ୪୦୯୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୦୯୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ଛଡ଼ା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ ସୁନଗୁଡା ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ…

ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ବାହାସ୍ପୋଟ, ଯୁଦ୍ଧ ହେଲେ ଅଟଳ ଟନେଲ ଧ୍ୱଂସ କରିଦେବୁ

ନୂଆଦିଲ୍ଲୀ: ଚୀନର ମୁଖପତ୍ର ଭାବେ ବିବେଚନା କରାଯାଉଥିବା ଗ୍ଲୋବାଲ ଟାଇମ୍ସ ପୁନର୍ବାର ବାହାସ୍ପୋଟ ମାରିଛି । ଏହି ଖବର କାଗଜରେ ପୂର୍ବରୁ ଭାରତ ବିପକ୍ଷରେ ଅନେକ ବିଭ୍ରାନ୍ତକର ଓ ତଥ୍ୟ ବିହୀନ ଖବର ପ୍ରକାଶ ପାଇସାରିଛି । ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯଦି ଯୁଦ୍ଧ ହୁଏ ତାହାହେଲେ ଅଟଳ ଟନେଲ…

ଆଇଓସିଏଲ ଠିକାଦାରଙ୍କ ଆନ୍ଦୋଳନ; ବକେୟା ଟଙ୍କା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ପାରାଦ୍ବୀପ: ଦିର୍ଘ ୨ ବର୍ଷ ହେବ ସବ୍ କଣ୍ଟ୍ରାକ୍ଟର ଙ୍କ ୧୨ କୋଟି ରୁ ଊର୍ଦ୍ଧ୍ବ ଟଙ୍କା ଦେଉନାହିଁ ଆଇଓସିଏଲ। ବାରମ୍ବାର ଅଭିଯୋଗ କରିବା ପରେ ଏବେ ଧାରଣାରେ ବସିଛନ୍ତି ୪୨ ଜଣ ସବ କଣ୍ଟ୍ରାକ୍ଟର ।ବର୍ଷା ସତ୍ତ୍ବେ ୪୨ କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୧୭…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…