Latest Odisha News

BREAKING NEWS

Yearly Archives

2021

ଭଲ ଖବର: କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଉପରେ ସଫଳ ହେଉଛି କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କରୋନାରେ ସେକେଣ୍ଡ ଓ୍ୱେଭକୁ ନେଇ ଏବେ ଦେଶରେ ହାହାକାର ପରିସ୍ଥିତି । ସଂକ୍ରମଣ ୩ଲକ୍ଷ ମୁହାଁ ହୋଇଛି । ତାସହ ମୃତ୍ୟୁସଂଖ୍ୟା ବି ଉପରମୁହାଁ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । ଟିକାକରଣ ଅଭିଯାନ ଭିତରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ସଫଳତା ଉପରେ ଭଲ…

ଏହି ସପ୍ତାହାନ୍ତ ପୁଡୁଚେରୀ ସମ୍ପୁର୍ଣ୍ଣ ଲକ୍‌ଡାଉନ୍‌

ପୁଡୁଚେରୀ: କରୋନା ମାମଲାରେ ବୃଦ୍ଧି ଘଟିଥିବା ବେଳେ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ. ତାମିଲାଇସାଇ ସୌନ୍ଦରାଜନ ଏପ୍ରିଲ୍ ୨୩ (ଶୁକ୍ରବାର) ରାତିରୁ ଏପ୍ରିଲ୍ ୨୬ (ସୋମବାର) ସକାଳ ପର୍ଯ୍ୟନ୍ତ ପୁଡୁଚେରୀକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୁଡୁଚେରୀରେ ରାତ୍ରି କର୍ଫ୍ୟୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯବାନ ମୀର ମତବର ଅଲ୍ଳିଙ୍କ ଦେହାନ୍ତ, ଜନ୍ମମାଟିରେ ହେଲା ଶେଷକୃତ୍ୟ 

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳର ଯବାନ ମୀର ମତବର ଅଲ୍ଳିଙ୍କ ପରଲୋକ । ମୀର ଆସାମ  ରାଇପଂଲ୍ସରେ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଯବାନ ମୀର ଅଲ୍ଳିଙ୍କ ମରଶରୀର ନିଜ ଜନ୍ମମାଟିରେ ପହଁଞ୍ଚିଥିଲା…

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର କେସରେ ୟୁପି ପୋଲିସକୁ କ୍ଲିନ ଚିଟ୍‌

କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଉତରପ୍ରଦେଶ ପୋଲିସକୁ କ୍ଲିନ ଚିଟ ଦେଇଛନ୍ତି । ୟୁପି ପୋଲିସ ବିପକ୍ଷରେ କୌଣସି ପ୍ରମାଣ ମିଳି ନ ଥିଲା । ଅବସରପ୍ରାପ୍ତ ବିଚାରପତି ବିଏସ ଚୌହ୍ୱାନଙ୍କ ଦ୍ୱାରା ଗଠିତ ୩ଜଣିଆ କମିଟିଙ୍କ ଦ୍ୱାରା…

ଲୋକଙ୍କୁ କାନ୍ଦି କାନ୍ଦି ମାସ୍କ ପିନ୍ଧିବାକୁ ନିବେଦନ କଲେ ମହିଳା ଡାକ୍ତର

ନୂଆଦିଲ୍ଲୀ: ଏହି ଅନିଶ୍ଚିତ ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରିବାକୁ କହିଥିବା ମୁମ୍ବାଇର ଜଣେ ଡାକ୍ତରଙ୍କ ଭାବପ୍ରବଣ ଭିଡ଼ିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ତ୍ରୁପ୍ତି ଗିଲାଡା ନାମକ ଏହି ଡାକ୍ତର କରୋନାର ଦ୍ବିତୀୟ ତରଙ୍ଗ ଏବଂ ଦେଶରେ…

କୋଭିସିଲ୍ଡ ଟିକା ଦାମ୍ ଘୋଷଣା କଲା ସେରମ୍, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେବେ ଏତିକି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟଗୁଡ଼ିକ ଟିକା ନିର୍ମାତା କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ । ଏହାସହ ଖୋଲା ବଜାରରେ ବି ଟିକା ମିଳିବ । ଘରୋଇ ହସ୍ପିଟାଲ ବି ଟିକା କିଣିପାରିବେ । ଏଥିପାଇଁ ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଘରୋଇ…

ଚୀନକୁ ଚେତାଇଲା ଫିଲପାଇନ୍ସ, ଯୁଦ୍ଧ ବ୍ୟତୀତ ବିକଳ୍ପ ନାହିଁ

ମାନିଲା: କରୋନା ମହାମାରୀ ସମୟରେ ବି ଚୀନ ତାର ବିସ୍ତାରବାଦୀ ଓ ଅଶାନ୍ତି ନୀତିରୁ ଓହରି ପାରୁନି । ପ୍ରାୟ ସମସ୍ତ ପଡୋଶୀ ଦେଶ ବିବାଦ ସୃଷ୍ଟି କରିଥିବା ଚୀନକୁ କିନ୍ତୁ ଆଜି ଅପମାନର ସମ୍ମୁଖୀନ ହେବାକୁ ପଡିଛି । ଛୋଟ ଦେଶ ଫିଲପାଇନ୍ସ ଖୋଲାଖୋଲି ଭାବେ ଚୀନକୁ ଧମକ ଦେଇଛି । ଦକ୍ଷିଣ ଚୀନ ସାଗରରେ…

ମହଙ୍ଗା ପଡ଼ୁଛି କୋଭିଡ୍ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ସୁଧୁରୁନାହାଁନ୍ତି ଅମାନିଆ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ କେତେକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ସେମାନଙ୍କୁ ସାବାଡ୍ କରୁଛି…

ମେ’ ପ୍ରଥମ ସପ୍ତାହ ସୁଦ୍ଧା ପିକରେ ରହିପାରେ କରୋନା ସଂକ୍ରମଣ, ଚେତେଇଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ଚଳିତ ମାସ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ଆଜି ଏଭଳି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥାର…

ଆସାମରେ ୩ ଓଏନଜିସି କର୍ମଚାରୀଙ୍କୁ ଅପହରଣ

ଗୌହାଟୀ: ଆସାମରେ ୩ଜଣ ଓଏନଜିସି କର୍ମଚାରୀଙ୍କ ଅପହରଣ ହୋଇଛି । ନାଗାଲାଣ୍ଡ ବର୍ଡର ନିକଟରେ ସେମାନଙ୍କ ଗାଡି ପୋଲିସ ପାଇଛି । ତେବେ କେଉଁ ଗୋଷ୍ଠୀ ଏହି କାଣ୍ଡ ଘଟାଇଛି ସେ ନେଇ ପୋଲିସ ପାଖରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଶିବସାଗର ଜିଲ୍ଲାରେ ୨ଜଣ ଜୁନିୟର ଇଞ୍ଜିନିୟର ଓ ଜଣେ ଜୁନିୟର…