Latest Odisha News

BREAKING NEWS

Yearly Archives

2021

କବିତା : ହୋଲି

ସାଧନା ପଣ୍ଡା ମାଖି ବାକୁ ଆଜି ଭାରି ମନ ହୁଏ ଅଝଟିଆ ଏଇ ରଙ୍ଗ ଅବିର , ତୁମ ମନ ରଙ୍ଗେ ରଙ୍ଗାଇ ହେବାକୁ ମନ ହୁଏ କିଆଁ ଏତେ ଅଧୀର !! ଭରା ବସନ୍ତର ଝରା ମଳୟରେ ତୁମେ ସୁବାସିତ ପ୍ରୀତି ଅବିର , ଅଙ୍ଗେ ଅଙ୍ଗେ ମୋର ବୋଳି ଅଛ ଆଜି ତୁମ ପ୍ରଣୟର ମିଠା ଜହର ।। କେଉଁ ରଙ୍ଗେ…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ…

ସୁଏଜ୍ କେନାଲରେ ୬ ଦିନ ହେଲା ଫସିଥିବା ବିଶାଳ କାର୍ଗୋ ଉଦ୍ଧାର

ସୁଏଜ୍: ଇଜିପ୍ଟର ସୁଏଜ୍ କେନାଲରେ ଗତ ୬ ଦିନ ଧରି ଫସି ରହିଥିବା ଜାହାଜ ଆଜି ପୁଣି ଚାଲିଛି । ଏହି କାର୍ଗୋ ଜାହାଜକୁ ଦୁନିଆର ସବୁଠୁ ବିଶାଳ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ‘ଏଭରଗ୍ରୀନ୍’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ । ଏହି…

ଏହିଭଳି ନିଅନ୍ତୁ କେଶର ଯତ୍ନ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ହୋଲି…

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ଜଣାଇଲେ ହୋଲି ଶୁଭେଚ୍ଛା, ଘରେ ରହି ରଙ୍ଗ ଲଗାଇବାକୁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମହାମାରୀ କରୋନା ପାଇଁ ଆମେ ଏବେ ଏକ ଅସାଧାରଣ ସମୟ ଦେଇ ଗତି କରୁଛେ । ତେଣୁ, ଆପଣମାନେ ଘରେ ରହି ହୋଲି ଖେଳିବା ସହ ନିଜ…

ପାରାଦୀପରେ ଜାହାଜରେ ୧୪ କରୋନା ପଜିଟିଭ୍

ପାରାଦୀପ: ଜାହାଜରେ କରୋନା । ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜଟି ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା…

ବାଲୁକା କଳାରେ ‘ହୋଲି’ର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ‘ହୋଲି’ର ଶୁଭେଚ୍ଛା ଜଣାଇଛନ୍ତି । ସେ ଏନେଇ ଟ୍ୱିଟ୍ କରିଛନ୍ତି। https://twitter.com/sudarsansand/status/1376373345575333892?s=19 ଘରେ ରହି…

ହୋଲିରେ ରାଜଧାନୀର ରାସ୍ତାଘାଟ ଖାଁ ଖାଁ, ସବୁଠି ଜଗିଛି ପୋଲିସ

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ହୋଲି । ଟ୍ୱିନସିଟିରେ ପୋଲିସର କଡ଼ା ଚେକିଂ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ସହିତ ମହାନଗର ନିଗମ କମିଶନର କହିଥିଲେ । ହୋଲି ଖେଳିବାକୁ ରାସ୍ତାକୁ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନର ଡର…

ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ଥାନା ଅଧିକାରୀ ସସପେଣ୍ଡ

ବାରିପଦା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ।…