Latest Odisha News

BREAKING NEWS

Yearly Archives

2021

ଅଗ୍ନିକାଣ୍ଡରେ ଜଳିଗଲା ୭ ବସ୍

ଦାମୋହ: ମଧ୍ୟପ୍ରଦେଶର ଦାମୋହର ଏକ ବସ୍ ଷ୍ଟାଣ୍ଡରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୭ଟି ବସ୍ ଜଳି ଯାଇଛି। ମୁଖ୍ୟ ପୋଲିସ ଅଧୀକ୍ଷକ (ସିଏସପି) ଅଭିଷେକ ତିୱାରୀଙ୍କ କହିବାନୁସାରେ, ଏହି ଘଟଣାରେ ଏଯାବତ୍ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। "ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା…

 ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ   ତା୨୫-୩-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୨୫ ତାରିଖ ଗୁରୁବାର ମୀନ ୧୨ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାର- ତୁଳା, କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ-ଶିମ୍ବ ଓ ପୋଇ ଆଜି…

ଆଜି ଆୟୋଜିତ ହେବ ‘ଗୁଞ୍ଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରମୁଖ ଓଡିଶୀ ନୃତ୍ୟ କେନ୍ଦ୍ର ଗୁଞ୍ଜନ ନୃତ୍ୟ ଏକାଡେମୀ ତରଫରୁ ଭାରତର ବିଭିନ୍ନ ରାଜ୍ୟରେ 'ଗୁଞ୍ଜନ ସନ୍ଧ୍ୟା ' ଆୟୋଜିତ ହୋଇଥାଏ। ଏହି ବର୍ଷ ଏହା  ଆଜି (୨୫ ମାର୍ଚ୍ଚ) ଭୁବନେଶ୍ୱରର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ…

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଭୁବନେଶ୍ବର : ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର‌୍ୟ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାରରେ ସମ୍ମାନିତ ହୋଇଛି…

ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୬ ଯାତ୍ରୀ ଗୁରୁତର

ନବରଙ୍ଗପୁର: ପାପଡାହାଣ୍ଡି ଥାନା ବାର୍ଲି ଗାଁ ନିକଟରେ ଏକ ପିକ୍‌ଅପ୍ ଭ୍ୟାନ ଓଲଟି ପଡିବାରୁ ୨୯ ଯାତ୍ରୀ ଆହତ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । । ଆହତମାନଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ୍ୟଥିବା ବେଳେ ଗୁରୁତରମାନଙ୍କୁ…

୨୫ ମାର୍ଚ୍ଚରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ ୨୫ ମାର୍ଚ୍ଚରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥାନୀୟ…

କଟକରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି ପୋଲିସ

କଟକ: ଦିନକୁ ଦିନ ବଢିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ପୋଲିସ ଜନଗହଳି ପୂର୍ଣ୍ଣ ଅଂଚଳରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାର ଯାଞ୍ଚ କରୁଛି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ…

ଆଜି ବଲିଉଡର `ସିରିଏଲ୍‌ କିସର୍‌’ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କ ଜନ୍ମଦିନ। ସେ ତାଙ୍କର ଆଜି ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଉ କିସିଂ କରିବାକୁ ମନା କରିଛନ୍ତି ଇମ୍ରାନ ହାସମୀ । ଇମ୍ରାନ୍‌ଙ୍କ ସବୁ ଫିଲ୍ମରେ କିସିଂ ସିନ୍‌ ରହିଥାଏ । ଏଥିପାଇଁ ତାଙ୍କ ଫ୍ୟାନ ଇମ୍ରାନଙ୍କ ଫିଲ୍ମ ରିଲିଜକୁ…

ଟିଆରପି ଦୁର୍ନୀତି: ଅର୍ଣ୍ଣବଙ୍କୁ ସିଧା ସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ: ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏଣିକି ମୁମ୍ବାଇ ପୋଲିସ ସିଧାସଳଖ ଗିରଫ କରିପାରିବ ନାହିଁ । ଯାହା କି ଅର୍ଣ୍ଣବଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତାଙ୍କୁ ଗିରଫ କରିବାକୁ ହେଲେ ୩ ଦିନ ଆଗରୁ ନୋଟିସ ପଠାଇବାକୁ ପଡିବ ବୋଲି ହାଇକୋର୍ଟ ମୁମ୍ବାଇ ପୋଲିସଙ୍କୁ…

ଯକ୍ଷ୍ମା ନିରାକରଣରେ ଦେଶରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଦେଶରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡିଶାକୁ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟକୁ ପୁରସ୍କାର ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି…