Latest Odisha News

BREAKING NEWS

Yearly Archives

2021

ଲଘୁଚାପ ସକ୍ରିୟ: ଆଜି ଓଡ଼ିଶାର ୬ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଲଘୁଚାପ ନେଲା ଓ୍ୱେଲ୍ ମାର୍କଡ ଲୋ ପ୍ରେସରର ରୂପ । ଗତକାଲିର ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଓ୍ୱେଲ ମାର୍କଡ ଲୋ ପ୍ରେସର କ୍ଷେତ୍ର ଭାବେ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ।…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ‘ମୌସୁମୀ’ କବିତା ଆସର

ଭୁବନେଶ୍ୱର : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ ଓଡ଼ିଶା ଶାଖା ତରଫରୁ ଅନଲାଇନ ମାଧ୍ୟମରେ 'ମୌସୁମୀ' କବିତା ଆସର ଆୟୋଜିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସୁଚେତା ମିଶ୍ର ଓ ସଂଜିତ ବଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’, ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର, ଆଲୋଚନାଚକ୍ର ଓ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବେହେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୯ କାହିଁ ମ ,କୁକୁର ନଥିଲେ  ଆଦୌ  । ଧୂଳିଧୂସରିଆ କନାଖଣ୍ଡେ ପଡିଥିଲା ଯାହା । ଏଇଟା ଦିଦିର ପିନ୍ଧା ଲୁଗା କେବେ ନୁହେଁ। ମନ ବୁଝୁନଥିଲା କି ମୁଁ  ବୁଝାଇ ପାରୁନଥିଲି,  କେଜାଣି। ଆଖି  ଓଦା ଓଦା। ଛାତି ଧକଧକ। ନିଃଶ୍ବାସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୯-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୭ ରିଖ ମଙ୍ଗଳବାର ସିଂହ ୨୨ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ପୂର୍ବା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର- କର୍କଟ, ମକର…

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । କୋଭିଡ ଗାଇଡଲାଇନ ଅନୁପାଳନ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର…

୫୦ ବର୍ଷ ପରେ ଓଭାଲରେ ବିଜୟ ହାସଲ କଲା ଟିମ ଇଣ୍ଡିଆ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…

ପିପିଲି ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର : କୋଭିଡ୍‌ ଯୋଗୁଁ ସ୍ଥଗିତ ଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ କ୍ରମେ…

ସରକାରଙ୍କ ପାର୍ବଣ କଟକଣା ବିରୋଧରେ କଟକରେ ବନ୍ଦ ଡାକରା

କଟକ: ପୂଜା ପାର୍ବଣରେ ସରକାରଙ୍କ କଟକଣାକୁ ବହୁ ପୂର୍ବରୁ ବିରୋଧ ହୋଇଆସୁଛି । ଖାସ କରି ମୂର୍ତ୍ତି ଉଚ୍ଚତାକୁ କେନ୍ଦ୍ର କରି କଟକରେ ବିବାଦ ଦେଖାଦେଇଛି । ସରକାରୀ କଟକଣାକୁ ବିରୋଧ କରି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ପାଇଁ ବିଜେପି ଡାକରା ଦେଇଛି । ସରକାରଙ୍କ କଟକଣା ଅନୁଯାୟୀ ୪ ଫୁଟ୍…

ଜୟପୁର ବାଟ କୁହୁଡିରେ ଦୁର୍ଘଟଣା, ୨ ମୃତ

ଜୟପୁର : ଜୟପୁର ବାଟ କୁହୁଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଜଗଦଲପୁରରୁ କୋଟପାଡ଼ ଅଭିମୁଖେ ଆସୁଥିବା କାର । କିନ୍ତୁ ଏହି ସମୟରେ ବାଟକୁହୁଡି ଗାଁ ନିକଟରେ କାର ସହ ମୋଟର ସାଇକେଲର…