Latest Odisha News

BREAKING NEWS

Yearly Archives

2022

ବିବାହ ଆଗରୁ ପ୍ରେମିକାକୁ ବିଷ ଖୁଆଇଦେଲେ ପ୍ରେମିକ; ମୃତ୍ୟୁ ଆଗରୁ ପ୍ରେମିକାଙ୍କ ବୟାନ ରେକର୍ଡ

ଡେଲାଙ୍ଗ: ବଙ୍କିଲ ଅଞ୍ଚଳର ଜଣେ ଯୁବତୀ ପ୍ରେମିକ ମୁଣ୍ଡରେ ଦୋଷ ଲଦି ପ୍ରାଣ ତ୍ୟାଗ କରିଛନ୍ତି । କହିଲେ, କଥା ହେବାକୁ ଡାକି ଜବରଦସ୍ତି ବିଷ ଖୁଆଇଦେଲେ । ଗତ ୧୨ ତାରିଖରେ ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଯୁବତୀ । ଗତ ୧୫ ତାରିଖରେ…

କଙ୍ଗନାଙ୍କ ଏର୍ମଜେନ୍ସିରେ ଜୟପ୍ରକାଶ ନାରାୟଣ ହେବେ ଅନୁପମ

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରିବାକୁ ଯାଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେବେ । ଇତି ମଧ୍ୟରେ…

ହିଞ୍ଜିଳିକାଟୁ ତହସିଲରେ ଲାଞ୍ଚ କାରବାର; ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ବ୍ରହ୍ମପୁର: ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବରିଷ୍ଠ ରାଜସ୍ୱ ସହାୟକ ଗିରଫ ହୋଇଛନ୍ତି । ହିଞ୍ଜିଳିକାଟୁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ୟୁନିଟ ତାଙ୍କୁ…

୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ୍‌ ଓ ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର

ଦିଲ୍ଲୀ  : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ  । ‘କାଲି ପାଇଁ କାଲିର’ ସିନେମାକୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ । କାଲି ପାଇଁ କାଲିର ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ତେବେ ଅଜୟ ଦେବଗନ ଶ୍ରେଷ୍ଠ…

ଅଷ୍ଟ୍ରେଲିଆ ଲିଗରେ ଖେଳିବେ IPLର ଏହି ୨ ଷ୍ଟାର ଖେଳାଳି

ବ୍ରିସବେନ୍: ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ: ଦ୍ୱାଦଶ ପରେ ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସହାର ୯୪.୪୦ ପ୍ରତିଶତ ରହିଛି । ଦେଶର ୨୨ ହଜାର ୭୨୧ଟି ସ୍କୁଲର ପରୀକ୍ଷା ୭ ହଜାର ୪୦୫ଟି କେନ୍ଦ୍ରରେ ହୋଇଥିଲା । ୨୦ ଲକ୍ଷ ୯୩ ହଜାର ୯୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯…

କେରଳରୁ ଦେଶର ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କେରଳର । ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କେରଳ ମଲ୍ଲାପୁରମର ହୋଇଥିବା ବେଳେ ଜୁଲାଇ ୬ ତାରିଖରେ ସେ ୟୁଏଇରୁ ଫେରିଥିଲେ । ତାଙ୍କୁ ଜର ହେବା ପରେ ମଞ୍ଜେରୀ…

ମରଣଯନ୍ତା ପାଲଟିଛି NH-୫୫, ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ…

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବିଜୟ ପରେ ଭ୍ରୁକୁଞ୍ଚନ । ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଛି ଆକ୍ସନ । ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ସତ୍ତ୍ୱେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କାହିଁକି ମୁର୍ମୁଙ୍କୁ ଭୋଟ୍ ଦେଲେ ? ପୁଣି ଭୋଟ୍ ଦେବା ପରେ…

ଟି୨୦ ବିଶ୍ୱକପ ପୂର୍ବରୁ ଆହୁରି ୨ଟି ସିରିଜ ଖେଳିବ ଟିମ ଇଣ୍ଡିଆ, ୟୁଏଇରେ ଏସିଆ କପ

ମୁମ୍ବାଇ: ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତ ଆହୁରି ୨ଟି ସିରିଜ ଖେଳିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ସିରିଜ ଆୟୋଜନ…