Latest Odisha News

BREAKING NEWS

Yearly Archives

2022

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେବେ ଆରମ୍ଭ ହେବ, କହିଲେ ବୋର୍ଡ ସଭାପତି

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ପରୀକ୍ଷା । ହେଲେ ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପଛର କାରଣ କଣ ହୋଇପାରେ । ପରୀକ୍ଷା ଶେଷ ହେବା ପରେ ଗଣଣାଧ୍ୟମ ପ୍ରତିନିଧିଙ୍କର ଏପରି ପ୍ରଶ୍ନର ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା।…

ବାତ୍ୟା ପାଇଁ ବ୍ଳକ୍ ଏବଂ ପୌର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଆସାନି'କୁ ନେଇ ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବାତ୍ୟା ବେଳେ ଗଛ ଭାଙ୍ଗିବାର ଏବଂ ବିଜୁଳି ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରି…

ତିନି ଘଣ୍ଟାରେ ଅବପାତର ରୂପ ନେବ ସୃଷ୍ଟ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପର ରୂପ ନେଇ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍

ଦେଓଗଡ: ବିଧାୟକ ସୁବାସ ପାଣିଗ୍ରାହୀ ପାଇଲେ ଜାମିନ । ଜିଲ୍ଲା କୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଥିଲେ। ଏବେ 7 ଦିନ ପରେ କୋର୍ଟ ଜାମିନ…

୫୦୦୦ ମିଟର ଦୌଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଅବିନାଶ

ନୂଆଦିଲ୍ଲୀ: ଆମେରିକାର କାଲିଫୋର୍ଣ୍ଣିଆରେ ଆୟୋଜିତ ଏକ ପ୍ରତିଯୋଗିତାର ୫୦୦୦ ମିଟର ଦୌଡରେ ଭାରତର ଅବିନାଶ ସାୱଲେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୩୦ ବର୍ଷ ତଳେ ବାହାଦୂର ପ୍ରସାଦ(୧୩:୨୯.୭୦ ସେକେଣ୍ଡ)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ୩୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ…

କିମଙ୍କ ସହ ତୃତୀୟ ବିବାହ କରିବେ ପେସ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିମ ଶର୍ମା ଓ ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ସମୟ ହେବ ଉଭୟଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । କିମ ଶର୍ମାଙ୍କ ଏହା…

କଂଗ୍ରେସର କିଶୋର ପଟେଲ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ: ସାଲୁଜା

ଭୁବନେଶ୍ୱର: କିଶୋର ପଟେଲ ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ । କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ସୂଚନା ଦେଇଛନ୍ତି । ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମେ ୩୧ରେ ଭୋଟ୍ ପଡ଼ିବ । ଏହା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ…

ସାମ୍ନାକୁ ଆସିଲା ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ରାଉରକେଲା:  ଭିଡିଓ କରି କାରଣ ଜଣାଇବା ପରେ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ । ପାରିବାରିକ କଳହ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦର ପରିଣାମ କେତେ ସାଂଘାତିକ ହୋଇପାରେ, ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ଜାମସେଦପୁରର ଏକ ୭ ମହଲା ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି…

[ଦେଖନ୍ତୁ ଭିଡିଓ] ୨ ମହଲା ବିଲଡିଂରେ ଲାଗିଲା ନିଆଁ, ୭ ଜଣ ଜୀବନ୍ତ ଦଗ୍ଧ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଦୁଇ ମହଲା ବିଲଡିଂରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅଗ୍ନିଶମ ବାହିନୀର ସଦସ୍ୟମାନେ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ଜଣାପଡ଼ିଛି।…

ଆସନ୍ତା ୧୦ରେ ବଡ଼ ଧରଣର ବର୍ଷା, ପବନ ସମ୍ଭାବନା କମ୍-IMD

 ଭୁବନେଶ୍ୱର:  ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ । କାଲି ଘଂଟା ପ୍ରତି ୫୫ରୁ ୬୫ କି.ମି. ବେଗରେ ପବନ ବହିପାରେ । ଯାହାର ଝଟକା ୭୫ କି.ମି ପର୍ଯ୍ୟନ୍ତ ହୋଇପାରେ । ୯ ତାରିଖରେ ଘଂଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା…