କବିତା : ଅକବିତା
ସ୍ମୃତି ରଞ୍ଜନ ତ୍ରିପାଠୀ
କଥା ଥିଲା ଗୋଟେ ଫଳନ୍ତି ଗଛରେ
ବସାଟିଏ କରିବା
ଲୁହ କୋରଡରେ ଆଙ୍କିବା
ଆମ ପତ୍ରାୟିତ ପ୍ରେମପକ୍ଷୀର
ପ୍ରଥମ ଉଡାଣ ।
ହାତମୁଠାରୁ ରେଖାସବୁ
ସନ୍ୟାସ ନେଲାବେଳେ
ଆଉ କିଏ ଗଢ଼ୁଥିବ
ଅଦେଖା ହାତର ତ୍ଵରଣ,
ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ
ମୁଁ…