କବିତା : ଦେହକଳ୍ପ
ରାମକୃଷ୍ଣ
ସମାଧିରେ ସୁରକ୍ଷିତ ମୁଁ
ଶୂନ୍ୟତାର ସୀମାହୀନତାରେ,
ପାଦେ ଓହ୍ଲାଇ ଆସିଲେ ତଳକୁ
ଘେରି ପକାଏ ପଞ୍ଚଭୂତରେ ନିର୍ମିତ
ଅନ୍ନମୟ ଗୋଟେ ମାଂସାଶୀ ଶରୀର।
ଅମୃତବୃକ୍ଷ ପରି ଶୂନ୍ୟରେ ଚେରାଏ
ପାଦରେ ପୃଥିବୀ ବାନ୍ଧେ
ଅଣ୍ଟାରେ ଇନ୍ଦ୍ରଧନୁ ଆଉ
ମଥାରେ କେରା କେରା ଆକାଶ
ଡାଳେ…