Latest Odisha News

BREAKING NEWS

Yearly Archives

2023

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ, କରିବେ ଅଚାନକ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି । ହବରେ ପ୍ରଶ୍ନପତ୍ର କଡ଼ା  ସୁରକ୍ଷା ମଧ୍ୟରେ ରହିଛି । ତେବେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ କପି ରୋକିବା ଲାଗି ପଦକ୍ଷେପ ନିଆଯାଇଛି ।…

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସି.ପି.ଆଇ(ଏମ୍)ର ବିକ୍ଷୋଭ

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ରନ୍ଧନ ଗ୍ୟାସ୍‌ ଦର । ଏଥିପାଇଁ ଖୋଲାଖୋଲି ଭାବେ  ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସି ପି ଆଇ( ଏମ୍‌) ନେତା ଶରତ ରାୟଗୁରୁ। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନରେ ରନ୍ଧନ ଗ୍ୟାସ ୪୧୦ ଟଙ୍କାରୁ ୧୨୦୦ଟଙ୍କାରେ ପହଞ୍ଚିଛି । ହୋଲି…

ମଝି ଆକାଶରେ ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଅଳ୍ପକେ ବର୍ତ୍ତିଗଲେ ୟେଦୁରପ୍ପା

କଲବୁର୍ଗୀ: ବିଜେପିର ବରିଷ୍ଠ ନେତା ୟେଦୁରପ୍ପା ଆଜି ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲିକପ୍ଟ ଲାଣ୍ଡିଂ ଅବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଥିଲା  । କଲବୁର୍ଗୀର ଜେବରଗୀରେ ୟେଦୁରପ୍ପାଙ୍କ ହେଲିକପ୍ଟର ଲାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା । ଲାଣ୍ଡିଂ ସ୍ଥାନରେ ଏକ…

ମାର୍ଚ୍ଚ ୨୬ରେ ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।  ଆସନ୍ତା ୨୬ ତାରିଖରେ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ…

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା…

ହିଂସାର ସବୁ ସୀମା ପାର୍‌, ଗାଁର ସଭାପତିଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା 

ଅନୁଗୁଳ : ଗାଁ ପାଇଁ ସହିଦ ହୋଇଯାଅ…ମନା କଲି ମୋ ପଛରେ ଲାଗନା…ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୂରଣ ହେଲା….ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିବା ପରେ ଏଭଳି କିଛି ବେନାମୀ ଚିଠିରେ ଉଲ୍ଲେଖ ରହିଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଟି ଅନୁଗୋଳ ସଦର ଥାନା…

୭୦ଦିନ ପରେ ଜେଲରୁ ମୁକୁଳିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା । ୭୦ଦିନ ପୋଲିସ ହେପାଜତରେ ରହିବା ପରେ ଏବେ ଜେଲରୁ ବାହାରିଛନ୍ତି ଅଭିନେତା ଶିଜାନ ଖାନ । ଗତ ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତକାଲି ଜେଲରୁ ଆସିବା…

ଟାଟା ଟିଆଗୋକୁ ଟକ୍କର ଦେବାକୁ ଏମଜି ବଜାରକୁ ଆଣିପାରେ ଏହି ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ କାର ବଜାରରେ ବର୍ତ୍ତମାନ ଶସ୍ତା ମୂଲ୍ୟରେ କାର ଲଞ୍ଚ କରିବାକୁ ବିଭିନ୍ନ କମ୍ପାନୀ ଜୋରଦାର ପ୍ରୟାସ କରୁଛନ୍ତି । ତେବେ ବଜାରରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ କମ୍ ମୂଲ୍ୟରେ କେବଳ ଟାଟାର ଟିଆଗୋ ଥିବାବେଳେ ହେକ୍ଟର ପରି ଏସୟୁଭି କାର ଲଂଚ କରି ଲୋକପ୍ରିୟତା…

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ।  ବାଣ ପ୍ରସ୍ତୁତି ବେଳେ ଆଜି ସକାଳେ ଏହି ବିସ୍ଫାରଣ ଘଟିଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୋଳ ଉତ୍ସବ ପାଇଁ ଏଠାରେ ବାଣ ପ୍ରସ୍ତୁତି ଚାଲିଥିଲା । ଗୋଟିଏ ଘରେ ବାଣକୁ …

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…