Latest Odisha News

BREAKING NEWS

Yearly Archives

2023

ରାମ ମନ୍ଦିର ପାଇଁ ଏକାଠି ହେବେ ମୋଦି ଯୋଗୀ !

ଭୁବନେଶ୍ୱର: ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ପାଞ୍ଚ ତାରିଖରେ ସେ ମୋଦିଙ୍କୁ ସାକ୍ଷାତ କରିବେ। ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ଉଦଘାଟନ ସମ୍ପର୍କିତ…

ବିବାଦରେ ଦାମ ରାଉତଙ୍କ ବିଧାୟକ ପୁଅ, କହିଲେ ଅଭିଯୋଗ ଭିତ୍ତିହୀନ

ଜଗତସିଂହପୁର: ସର୍ବସାଧାରଣରେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଥାନାରେ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ନେତ୍ରୀ ଭାବେ…

ଗଦର-୨ ସଫଳତାକୁ ନେଇ ପାର୍ଟି ଦେଲେ ସନ୍ନି ଦେଓଲ, ସାମିଲ ହେଲେ ସଲମାନ, ଅମିର, ଶାହାରୁଖ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଏହି ଫିଲ୍ମ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା…

ଏମପିରେ ଆଶୀର୍ବାଦ ମାଗୁଛି ବିଜେପି, କିନ୍ତୁ ଦଳୀୟ ନେତା ପାଲଟିଛନ୍ତି ଅଭିଶାପ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୁଟରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି…

୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦ ନିୟୁତ ଟନ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଅର୍ଥାତ୍ ୧ ଏପ୍ରିଲ୍ ରୁ ୩୧ ଅଗଷ୍ଟ, ୨୦୨୩ ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ ୯୭.୧୩ନିୟୁତ ଟନ ତୁଳନାରେ ୧୦୦.୯୦ ନିୟୁତ ଟନ ପଣ୍ୟ ପରିବହନ କରିଛି। ଏହା ସହିତ, ଚଳିତ ଆର୍ଥିକ ବର୍ଷରେ ୩.୯%…

ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି, କଟକ ବୋର୍ଡ ଅଫିସ ଆଗରେ ଗର୍ଜିଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ଶତାଧିକ ଓଟିଇଟି ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷାର୍ଥୀମାନେ ବୋର୍ଡ କାର୍ଯ୍ୟାଳୟ…

ନିଲାମ ହେବ ଚା କେଟଲ୍‌, କିଣିବାକୁ ଲୋକଙ୍କ ଭିଡ଼, ଦାମ ଜାଣିଲେ ଚକିତ ହୋଇଯିବେ

ବ୍ରିଟେନ: ସାଧାରଣତଃ ସମସ୍ତଙ୍କ ଘରେ ଚା ’କେଟଲ ନିଶ୍ଚୟ ଥିବ । ଏହା ଆଲୁମିନିୟମ୍ କିମ୍ବା ସିରାମିକ୍ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ବଜାରରେ ଅତି ସହଜରେ ଶହେରୁ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କେଟଲ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ…

ମୂରଲୀଧରନଙ୍କ ବାୟୋପିକ ୮୦୦ର ଟ୍ରେଲର ଲଂଚ କରିବେ ସଚିନ ତେନ୍ଦୁଲକର

ମାଡ୍ରାସ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେପ୍ଟମ୍ବର ୫ରେ ଶ୍ରୀଲଙ୍କାର ମହାନ କ୍ରିକେଟର ମୁଥୟା ମୂରଲୀଧରନଙ୍କ ବାୟୋପିକର ଟ୍ରେଲର ଲଂଚ କରିବେ । ଏହି ଫିଲ୍ମର ନାମ ୮୦୦ ରଖାଯାଇଛି । ମୁରଲୀଙ୍କ ଭୂମିକା ମଧୂର ମିତଲ କରୁଛନ୍ତି । ସେ ଓସ୍କାର ବିଜେତା ଫିଲ୍ମ ସ୍ଲମଡଗ ମିଲେନିୟରରେ ସଲିମ…

ସୋନପୁରରେ ସରକାରୀ ହଷ୍ଟେଲ ନିର୍ମାଣ: ଏଚଏସସିଏଲର ଦୁଇ ଅଧିକାରୀ ଗିରଫ ଜାଣନ୍ତୁ ମୂଳ କାରଣ କ’ଣ?

ସୋନପୁର/ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନମାନର ହଷ୍ଟେଲ ନିର୍ମାଣରେ ସମ୍ପୃକ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହିନ୍ଦୁସ୍ତାନ ଷ୍ଟିଲ ଓ୍ୱାର୍କସ କନଷ୍ଟ୍ରକସନ ଲିମିଟେଡର ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରିୟାସି ଜିଲ୍ଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେସନ୍ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲା ଜଣେ ଆତଙ୍କବାଦୀ। ଏଥିସହ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଡିଜିପି ମୁକେଶ ସିଂ…