Latest Odisha News

BREAKING NEWS

ଓଡ଼ିଶାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ସ୍ଥାପନ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ବର: ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ ଜେଏସପିର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମଟିପିଏ ହୋଇଯିବ ।

ଜେଏସପିର ଛତିଶଗଡ଼ ସ୍ଥିତ ରାୟଗଡ଼ ପ୍ଳାଣ୍ଟ ଠାରେ ୧୧୭୫ ଏଚଟି , ଏସିମେଟ୍ରିକ ରେଳ ଆର ୩୫୦ ଏଚଟି ଏବଂ ବିଶେଷ କରି ମେଟ୍ରୋ ଏବଂ ତ୍ଵରିତ ରେଳ ପରିବହନ ପ୍ରକଳ୍ପ ନିମନ୍ତେ ୧୦୮୦ ଏଚଏଚ ରେଳର ବିକଶିତ କରିଛି । ଏହି ସବୁ ଉତ୍ପାଦ ଆମଦାନୀ ବିକଳ୍ପ ଅଟେ ଏବଂ ୨୫ ଏମଟିରୁ ଅଧିକ ଏକ୍ସେଲ ଲୋଡ ନିମନ୍ତେ ମଧ୍ୟ ଆବଶ୍ୟକ ହୋଇଥାଏ । ଏହି ରେଳ ଗୁଡିକ ମୌଳିକତଃ ମେଟ୍ରୋ ରେଳ ନିଗମ, ତ୍ଵରିତ ଗତି ଏବଂ ବୁଲେଟ ଟ୍ରେନ ପ୍ରକଳ୍ପରେ ବ୍ୟବହୃତ ହୋଇଥାଏ ।

ରାୟଗଡ଼ ରେଳ ମିଲ ନିୟମିତ ଭାବେ ଭାରତୀୟ ରେଳ, ଡିଏଫସିସି ଏବଂ ରାଷ୍ଟ୍ରର ଅନ୍ୟାନ୍ୟ ମହତ୍ଵପୂର୍ଣ ପରିଯୋଜନା ନିମନ୍ତେ ୨୬୦ ମିଟର ରେଳର ଯୋଗାଣ କରୁଛି । ଏଥିରେ ନ୍ଯୁନତମ ୱେଲଡିଙ୍ଗ ହେବା ସହ ରେଳ ଟ୍ରାକର ସୁରକ୍ଷା ସହ ଆରାମଦାୟକ ଯାତ୍ରା ପ୍ରଦାନ କରିବା ନିମନ୍ତେ ଏହା ଉପଯୋଗୀ ଅଟେ ।

ଜେଏସପିର ୧୦୮୦ ଏଚଏଚ ଗ୍ରେଡର ସ୍ଵତନ୍ତ୍ର ରେଳର ଉପଯୋଗ ଦେଶର ପ୍ରାୟ ସମସ୍ତ ମେଟ୍ରୋ ଏବଂ ଆରଆରଟିଏସ ପରିଯୋଜନାରେ ବ୍ୟବହୃତ ହୋଇଥାଏ । ଏହି ରେଳ ଗୁଡିକ ରାଷ୍ଟ୍ରର ସ୍ଵତନ୍ତ୍ର ନାଗରିକ – ସୈନ୍ୟ ଏବଂ ଅନ୍ୟାନ୍ୟ ଦୁର୍ଗମ  ପରିଯୋଜନାରେ ବ୍ୟବହୃତ ହୋଇଥାଏ । ଏହାର ଉଦାହରଣ ହେଲା ଜାମୁ-କାଶ୍ମୀରର ୟୁଏସବିଆରଏଲ  ଏବଂ ପଶ୍ଚିମ ବଙ୍ଗର  ସିବୋକ-ରଙ୍ଗପୋ ପରିଯୋଜନା ।

ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା ନୂତନ ରେଳ ମିଲ ସ୍ଥାପନ ସନ୍ଦର୍ଭରେ କହିଛନ୍ତି ଯେ, ‘ଜେଏସପି ପ୍ରତିସ୍ପର୍ଦ୍ଧା ମୂଲ୍ୟରେ ଆମଦାନୀ ବିକଳ୍ପ ଭାବେ ଦେଶରେ ଘରୋଇ ଉତ୍ପାଦ ଉପଲବ୍ଧ କରାଇ ଆତ୍ମନିର୍ଭର ଭାରତ ପଥରେ ଏକ ସମର୍ପିତ ସହଯୋଗୀ ହେବା ସହ ସରକାରଙ୍କ ଉଲ୍ଲେଖନୀୟ ଗତିଶକ୍ତି ଯୋଜନାକୁ ସମର୍ଥନ କରିବା ନିମନ୍ତେ ପ୍ରତିବଦ୍ଧ ଅଟେ । ଜେଏସପି ଭାରତୀୟ ରେଳ ନେଟୱାର୍କର ଆଧୁନିକୀକରଣରେ ସହଯୋଗ କରିବା ସହ ନିଜର ରେଳ ନିର୍ମାଣ କ୍ଷମତା ମଧ୍ୟ ବୃଦ୍ଧି କରୁଛି । ଆମେ ଦୂରଗାମୀ ଭାବେ ଭବିଷ୍ୟତରେ ଦେଶର ଚାହିଦା ପୂରଣ କରିବା ସହ ବିଦେଶରେ ମଧ୍ୟ ରେଳ ଧାରଣା ଯୋଗାଣ ନିମନ୍ତେ ତତ୍ପର ଅଛୁ ।

ଶ୍ରୀ ଝା ଏହା ମଧ୍ୟ କହିଥିଲେ ଯେ, ରେଳ ଭିତ୍ତିଭୂମି ନିର୍ମାଣରେ ନିରନ୍ତର ଭାବେ ଜେଏସପି ସଫଳତାର ସହ ୬୦ଇ୧ ୧୧୭୫ ହିଟ ତ୍ରିଟେଡ ରେଳ ଧାରଣା ତିଆରି କରୁଛି । ଏହା ଦ୍ରୁତ ଏବଂ ଉଚ୍ଚ ଏକ୍ସେଲ ଲୋଡ ନିମନ୍ତେ ଉପଯୁକ୍ତ ଅଟେ । ଭାରତୀୟ ରେଳ ମଧ୍ୟ ୨୫ ଏମଟିରୁ ଅଧିକ ଲୋଡ ଏବଂ ୨୦୦ କିମି ପ୍ରତି ଘଣ୍ଟା ସ୍ପିଡ ଯୋଗ୍ୟ ରେଳ ଟ୍ରାକ ସିଷ୍ଟମର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଛି । ଜେଏସପି ଭାରତରେ ତିଆରି ଏହି ରେଳ ଧାରଣା ଅନେକ ରାଷ୍ଟ୍ରକୁ ରପ୍ତାନି ମଧ୍ୟ କରୁଅଛି । ଏଥି ମଧ୍ୟରେ ୟୁରୋପୀୟ ରେଲୱେଜ ମଧ୍ୟ ସାମିଲ ଅଟେ ।

Leave A Reply

Your email address will not be published.