Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ

ହାତୀଟିଏ ମୁଁ ହାତୀଟିଏ ତମେ ତ ଲଢୁଆ ଜାତିଟିଏ, ଗଛ ଲଗେଇକି ଜଙ୍ଗଲ ବଢାଅ ମୋ ବେକରେ କିଆଁ କାତିଟିଏ? ହାତୀଟିଏ ମୁଁ ହାତୀଟିଏ, ଅଛ କିଏ କହ ମାଈକା ଲାଲ୍ ବଞ୍ଚେଇ ପାରିବ ମୋତେ କିଏ?? ତମ ଠାକୁରକୁ ମୋରି ପରିକା ବେଶକରି କୁହ କଳାହାତୀ; ହେଲେ ମୋ ପାଇଁ କାହିଁକି ପ୍ରତିଦିନ…

କୁଳାଙ୍ଗାର ଉବାଚ : ଗରମ କବିତା

ଏମିତି ଗରମ ହେଉଛି ଯେମିତି ମଣିଷକୁ ସୂର୍ଯ୍ୟ କରୁଛନ୍ତି କିବା ଫ୍ରାଏ; ଆମଠୁ ଦେଖିକି ଗରମ ଖାଦ୍ୟ ଖାଇବାକୁ ଆଉ ମନ କରିଲେ କି ସିଏ? ଏସି ଭିତରେ ଯେ ରହୁଛନ୍ତି ଯଦି ବାହାରକୁ କେବେ ଆସିଲେ; ମୁହଁରେ ତାଙ୍କର ବେଲୁନ୍ ଫୋଟକା ଆହା କି ସୁନ୍ଦର ଦିଶିଲେ! ଖରାଦିନ ଅଟେ ଓଡିଆଙ୍କ…

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

କୁଳାଙ୍ଗାର ଉବାଚ : ଖରା ଖୋଳତାଡ଼

ଯଦିଓ ଅଧିକାଂଶ ମଣିଷ କଥା କଥାରେ ଗରମ ହୁଅନ୍ତି; ଏ ଦିନେ ଅଧିକ ଗରମ ବୋଲି ବିଚରା ଖରାକୁ ଦୋଷ ଦିଅନ୍ତି! ସବୁ ତ ଗରମାଗରମ ଚାହୁଁଚେ ଆମେ ଖାଉ ପିଉ ଶୋଉ; ସେଥି ପାଇଁ ଖରା ବୋଧେ କହୁଥିବ ମଣିଷ ନିଜେ ବି ଗରମ ହେଉ! ଶୀତରେ ବି ଆମ ନାୟିକାଙ୍କ ଖୋଲା ଦିହକୁ ଯଦି ଖରା…

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା, ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ; ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ! ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି, ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…

କୁଳାଙ୍ଗାର ଉବାଚ : ଏସ୍.ପି ଶାସନ ଚଳିବ ନାଇଁ

ଖିଆପିଆ ଗଣ୍ଡଗୋଳ ସହିତ ନିର୍ବାଚନ ଗଲେ ସରି; ପଞ୍ଚାୟତରେ ସରପଞ୍ଚ ପତି ଏସ୍.ପି ହୁଅନ୍ତି ଭରି! ସଂରକ୍ଷଣ ଯୋଗୁଁ ବାଧ୍ୟ ହୋଇ ସିନା ପତ୍ନୀଙ୍କୁ କରିଲେ ଠିଆ; ମନ କିନ୍ତୁ ନାହିଁ ଛାଡିବାକୁ ତାଙ୍କୁ କ୍ଷମତା ଓ ଖିଆପିଆ !! ଡର କାଳେ ସିଏ ସବୁ ଅଳିଆକୁ ସୁବିଧାରେ ଗଲେ ଶିଖି;…

କୁଳାଙ୍ଗାର ଉବାଚ : ପ୍ରିୟେ

ତମେ ବଗିଚାର ଫୁଲ ନା କୋଉ କାନଭାସର ଚିତ୍ର; ତୁମକୁ ଭେଟିଲା ପରେ ଭୁଲେ ମୁଁ ଜୀବନର ସରଳ ସୂତ୍ର! ତମ ପାଇଁ ଜିଇଁଛି ମୁଁ ତମେ ଯାହା କହିବ କରିବି; କହିବ ତ ବାପଧନ ନେଇ ତମ ଭ୍ୟାନିଟିରେ ଭରିବି! ତମେ ଏମିତି ଗୋଟେ ସାଇତା ବିଚିତ୍ର ଅସ୍ତ୍ର; ସାମାନ୍ୟ ବିକିରଣରେ ମୋ ଦେହ ଓ…

କୁଳାଙ୍ଗାର ଉବାଚ : ଆମ ଘରେ ଯୁଦ୍ଧର ପ୍ରଭାବ

ଆମ ଦି ପ୍ରାଣୀଙ୍କ ଲଢେଇ ପୁରୁଣା ସିଏ ମୋଦି ହେଲେ ମୁଁ ଗାନ୍ଧି ପଟେ; କେବେ ତାଙ୍କ ହାତରେ ବେଲଣା ବାଡି ତ କେବେ ମୋ ହାତରେ ଜୋତା ପଟେ! ବୟସ, ଅନୁଭବ ଓ ଗୁଣଦୃଷ୍ଟିରୁ ଯଦି ତୁଳନାତ୍ମକ ବିଚାର କରାଯିବ; ତେବେ ମୋତେ ରୁଷିଆ ଓ ତାଙ୍କୁ ୟୁକ୍ରେନ ହିସାବରେ ଧରାଯିବ! ମୋ ଶଶୁର…

କୁଳାଙ୍ଗାର ଉବାଚ : ନକଲି ଡାକ୍ତର ବନାମ ନକଲି ସ୍ବାମୀ

ନାନା ନାରୀଙ୍କ ସହିତ ନାରେନାରେ ହୋଇ ନକଲି ଡାକ୍ତର ଧରା ପଡିଲା ପରେ; ସୁଖ-ଦୁଖର ମାହୋଲ ଓଲଟ-ପାଲଟ ହୋଇ ମୁହାଁମୁହିଁ ଅନେକଙ୍କ ଘରେ! ବିବାହିତ ପୁରୁଷମାନେ ଏ ଖବର ପଢି ଆଶାୟୀ ଆମର ବି ଭବିଷ୍ୟତ ଅଛି; ଅନୁସନ୍ଧାନ କଲେଣି କୋଉଠି ମିଳୁଛି ଡାକ୍ତର ପ୍ରମାଣପତ୍ର କେତେ ପଡୁଛି?…

କୁଳାଙ୍ଗାର ଉବାଚ : ପ୍ରେମ ପେଷ୍ଟ୍ରି

କେହି ମରନା ମୁଁ ଚାହେଁ ପ୍ରେମ କରି ଏ ଦେଶରେ ଏ ପ୍ରାନ୍ତରେ ଆଉ କେହି ଆତ୍ମହତ୍ୟା ପଥବାଛି ଆଜିଠୁ ନ ମରୁ; ଯା ମନରେ ଆସୁଛି ସେ କଥା ପଢୁ ସିଏ ମୋ ପୁରୁଣା ପ୍ରେମିକାମାନଙ୍କ ପତ୍ର ମୋ ଧର୍ମପତ୍ନୀଠାରୁ! ପ୍ରେମ ସଦା ମୃତ୍ୟୁର ବିରୋଧି, ସେ ଅଟଇ ନିର୍ଘାତିଆ ଆଇଁଷିଆ ସାମ୍ନାରେ ବଢା…