Latest Odisha News

BREAKING NEWS

କୋହଳ ହେଲା କନେଷ୍ଟବଳ ନିଯୁକ୍ତି ବୟସ ସୀମା

କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କନେଷ୍ଟବଳ ନିଯୁକ୍ତି ବୟସ ସୀମା କୋହଳ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ୪,୭୯୦ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ଏହା ରାୟ ଦେଇଛନ୍ତି…

ରୋହିତ, କୋହଲିଙ୍କୁ ବର୍ଷକର ଶ୍ରେଷ୍ଠ ଦିନିକିଆ ଏକାଦଶରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ପାଇଁ ଟି୨୦ ପରେ ଏବେ ଶ୍ରେଷ୍ଠ ଦିନିକିଆ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳ ନାହିଁ । କେବଳ ଶ୍ରେୟାଶ ଆୟାର ଓ ମହମ୍ମସ ସିରାଜଙ୍କୁ ଏହି ଟିମରେ ସାମିଲ କରାଯାଇଛି ।…

ଓଭରସାଇଟ କମିଟି ଗଠନ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରିବା ପରେ ରେସଲରମାନେ ଏବେ ନୂତନ ଭାବେ ଗଠିତ ଓଭରସାଇଟ କମିଟି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ରିଜଭୂଷଣ ଏବଂ କେତେକ ରେସଲରଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସରକାର ଏକ ଓଭରସାଇଟ…

ଏଥର ସ୍ୱଦେଶୀ ବନ୍ଧୁକରେ ଦିଆଯିବ ସଲାମୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏଥର ବ୍ରିଟିଶ ବେଳର ବନ୍ଧୁକ ବଦଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଗନରେ ସଲାମୀ ଦିଆଯିବ । ପୂର୍ବରୁ ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତିଙ୍କୁ ବ୍ରିଟିଶ ୨୧ ପାଉଣ୍ଡର ଗନରେ ସଲାମୀ ଦିଆ ଯାଉଥିଲା । ଏବେ କର୍ତବ୍ୟପଥରେ ସ୍ୱଦେଶୀ ୧୦୫ ଏମଏମ ଫିଲ୍ଡ ଗନରୁ ୨୧ ତୋପର…

ମୋତେ ଜେଲ ପଠାଇବା ପାଇଁ ଉଦ୍ୟମ କରିଥିଲେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ସରକାର ମୋତେ ଜେଲ ପଠାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ମୋତେ ମିଛ କେସରେ ଫସାଇବା ପାଇଁ ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ନିକଟରେ ଟାଇଟଲ ହାସଲ କରିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଏବଂ ଭାରତର ରୋହନ ବୋପାନ୍ନା ଯୋଡି ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ସେମିଫାଇନାଲରେ…

ହକି ବିଶ୍ୱକପ: ଆଜିଠାରୁ କ୍ୱାର୍ଟରଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ସୋମବାର କ୍ରସ ଓଭରରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିଥିଲେ…

ଆଜିର ସୃଜନୀ ପକ୍ଷରୁ ମହିଳା ସଚେତନତା ଉପରେ ଆଲୋଚନା ଚକ୍ର

ଭୁବନେଶ୍ବର : ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ…

ପୁସ୍ତକ ପରିଚୟ : ଯୁଦ୍ଧର ଆକାଶ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  କବି ହରିହର ମିଶ୍ରଙ୍କ 'ଯୁଦ୍ଧର ଆକାଶ' ଏକ ଅସମ୍ପୂର୍ଣ୍ଣ ଅନୁଭବ କବିତା ସଙ୍କଳନ : ଯୁଦ୍ଧର ଆକାଶ କବି ହରିହର ମିଶ୍ର, ପୁରୀ ପ୍ରକାଶକ ‐ ସୁଲଭ ପ୍ରକାଶନୀ, ବଳଗଣ୍ଡି, ପୁରୀ ଯୋଗାଯୋଗ ‐ ୯୮୬୧୧୫୩୯୯୧ ମୂଲ୍ୟ ‐ ଟ୧୫୦/- ମାତ୍ର ବିଗତ ଛଅ…

କବିତା : ସମୟ

ଚନ୍ଦ୍ରକଳା ଦେବୀ ସମୟ ଅଟଇ ବଡ ବଳବାନ ଚାଲିଥାଏ ନିରନ୍ତର କାହାକୁ କେବେବି କରେନି ଅପେକ୍ଷା ଜନ୍ମ-ମୃତ୍ୟୁ ତାରଖେଳ । ସୁଖ ଦୁଃଖ ସମ୍ମିଶ୍ରଣେ ଏ ଜୀବନ ଛାଇ ଆଲୁଅର ଖେଳ ସମୟର ତାଳେ ଚାଲିଲେ ପଥରେ ବିପଦ ହୋଇବ ଦୂର । ଚାଲି ଯାଉଥିବା ସମୟଟି ଭାଇ କେବେ ଫେରିଆସେ ନାହିଁ ତେଣୁ…