Latest Odisha News

BREAKING NEWS

ଟେନସିରୁ ଅବସର ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସର ମହାନ ମହିଳା ଖେଳାଳି ସାନିଆ ମିର୍ଜା ଆଜି ଅବସର ଘୋଷଣା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଦୁବାଇ ଡବ୍ଲ୍ୟୁଟିଏ ୧୦୦୦ ଇଭେଂଟ ତାଙ୍କର ଶେଷ ଟୁର୍ଣ୍ଣାମେଂଟ ହେବ । ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ୩ ଥର ମହିଳା ଡବଲ୍ସ ଓ ୩ ଥର…

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବରୀର ଯୁବନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି । ଆମେ ସମସ୍ତେ ମିଳିମିଶି ମୋଦିଙ୍କ ହାତମୁଠାକୁ ଟାଣ କରି ଦେଶର ବିକାଶ ପଥକୁ ତ୍ୱରାନ୍ୱିତ କରିବା । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ…

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ

ଭୁବନେଶ୍ୱର: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ଏକ ପାର୍ବଣର ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ । ଯାହାକି ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ବହୁଳ…

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ…

ବନ୍ଦ ହୋଇଗଲା ଅଜୟ, ଅମୀର, ସଲମାନଙ୍କ ଏହି ସବୁ ଫିଲ୍ମ

ମୁମ୍ବାଇ: ବଲିଉଡର ଏବେ ଖରାପ ବେଳା ଚାଲିଛି କହିଲେ ଭୁଲ ହେବନି । ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପ ସତେ ଯେପରି ଏହାକୁ ଗ୍ରାସ କରିଛି । ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ପ୍ରଡ୍ୟୁସରମାନଙ୍କୁ ଘାରିଛି ଭୟ । ଏପରିକି କେତେକ ବହୁ ଚର୍ଚ୍ଚିତ ଫିଲ୍ମ ଡବାରେ ପଡିଯାଇଛି । ଏହା ମଧ୍ୟରେ ଅଜୟ ଦେବଗାନ,…

ଭିସେରା ଚୋରି ପଛରେ ଅଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପୃକ୍ତି ?

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ମାସରୁ ଶବ ବ୍ୟବଚ୍ଛେଦ ଗୃହ ଝରକା ଭାଙ୍ଗି କିଏ ଭିସେରା ଚୋରି କରିଛି । ତଥାପି ଅଭିଯୋଗ ପରେ…

ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିଛି । ଇଡି ପକ୍ଷରୁ ଜାରୀ କରାଯାଇଥିବା ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ । ତେବେ ଅନ୍ୟ ୧୨ଜଣଙ୍କ ନାମ ଏଥିରେ ରହିଛି । ପୂର୍ବରୁ ୫ଜଣଙ୍କୁ ଇଡି ଗିରଫ…

ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା, ୨୫ରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ । ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ । ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…

୧୫ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ୧୫ ଦିନ ଯାଏ ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ…