Latest Odisha News

BREAKING NEWS

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ବିଜୟୀ, ମିଥାଲୀଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ

କଲମ୍ବୋ: ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଭାରତୀୟ ଟିମ ଆଗୁଆ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତର ଷ୍ଟାର ଖେଳାଳି ମିଥାଲୀ ରାଙ୍କ…

ଲୁଟ୍ ଟଙ୍କା ଫେରାଇଲା ଭଦ୍ରକ ପୋଲିସ, ଜଣେ ଗିରଫ

ଭଦ୍ରକ: ଗତ ଜୁନ୍ ୯ ତାରିଖ ଦିନ ଭଦ୍ରକ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖ ଅପର୍ତ୍ତିବିନ୍ଧା ଛକ ନିକଟରେ ଅଶୋକ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ଵିପହରରେ ଏକ ଜନ ଗହଳିପୂର୍ଣ୍ଣ…

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ । ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ…

ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଲେ ଦଇତାପତି ସେବାୟତ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୁଷା ପରେ ସୁସ୍ଥ ହୋଇଛନ୍ତି । ଶ୍ରୀଜୀଉଙ୍କ ସୁସ୍ଥତା ସୁସମ୍ବାଦ ଦଇତାପତି ସେବାୟତ ମାନେ ଆଜି ଗଜପତି ମହାରାଜାଙ୍କୁ ଜଣାଇବା ସହ ଅଣବସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ…

ଗୁଜରାଟ ଦଙ୍ଗା: ତିସ୍ତାଙ୍କୁ ଅଟକ ରଖିଲା ଏଟିଏସ

ଅହମ୍ମଦାବାଦ: ଗୁଜରାଟ ଏଟିଏସ ଶନିବାର ସାମାଜିକ କର୍ମୀ ତିସ୍ତା ସୀତଲୱାଡାଙ୍କୁ ଅଟକ ରଖିଛି । ତାଙ୍କୁ ମୁମ୍ବାଇରୁ ଅହମ୍ମଦାବାଦ ନିଆଯାଇଛି । ଗୁଜରାଟ ଦଙ୍ଗା ନେଇ ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଏଟିଏସ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ମାମଲାରେ ସେ ସମୟର ଗୁଜରାଟ…

ତୀରନ୍ଦାଜ ବିଶ୍ୱ କପ ଷ୍ଟେଜ ୩: ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି-ଅଭିଷେକ

ପ୍ୟାରିସ: ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପ ଷ୍ଟେଜ ୩ରେ ଭାରତୀୟ କମ୍ପାଉଣ୍ଡ ମିକ୍ସଡ ଟିମ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜ୍ୟୋତି ସୁରେଖା ଓ ଅଭିଷେକ ବର୍ମା ଯୋଡି ୧୫୬-୧୫୧ରେ ଫ୍ରାନ୍ସର ରବିନ ଜାଟମା ଓ ଲିସେଲ ଜାଟମାଙ୍କୁ ପରାସ୍ତ କରିଥିଲେ । ଏହା ପୂର୍ବରୁ…

ଅର୍ଜୁନ କପୁରଙ୍କୁ ଗୋଟିଏ ଫିଲ୍ମରେ ରିଜେକ୍ଟ କରିଦେଇଥିଲେ ଆଦିତ୍ୟ ଚୋପ୍ରା

ଭୁବନେଶ୍ୱର: ନାଁ କରା ଅଭିନେତା ତଥା ସଫଳ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର ଥରେ ରିଜେକ୍ଟ ହୋଇଥିଲେ । ଅର୍ଜୁନଙ୍କ ଫଟୋ ଦେଖି ଆଦିତ୍ୟ ଚୋପ୍ରା ଥରକେ ହିଁ ମନା କରିଦେଇଥିଲେ । ଆଦିତ୍ୟ କହିଥିଲେ ଯେ, “ଇଏ ତ ହିରୋ ହେଇପାରିବନି, ୟାଙ୍କୁ ସହଯୋଗୀ ହିସାବରେ ନେଇପାରିବା ।” ବଲିଉଡ଼…

[ଦେଖନ୍ତୁ ଭିଡିଓ] ରାସ୍ତା ନଥିବାରୁ ଅପହଞ୍ଚ ସରକାରୀ ଯୋଜନା, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ନୂଆପଡ଼ା: ଗାଁରେ ୭୦ ପରିବାର, ଲୋକସଂଖ୍ୟା ପ୍ରାୟ ୪ ଶହ । କିନ୍ତୁ ଏମାନେ ଜିଉଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଏମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ହେଉକି ପାଠପଢ଼ା ଅବା ବଜାର ଯିବା ପାଇଁ ଏମାନଙ୍କ ଭରସା ଏହି ଖାଲଢ଼ିପ ରାସ୍ତା । ଖରା ଓ…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର…